ସମ୍ବଲପୁର: ଜୁଲାଇ ୩୦ରୁ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବୋର୍ଡ ଦ୍ବାରା କରାଯାଇଥିବା ମୂଲ୍ୟାଙ୍କନକୁ ନେଇ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଏଥର ଅଫଲାଇନରେ ଦେବେ ମାଟ୍ରିକ ପରୀକ୍ଷା । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ମାଟ୍ରିକ ପରୀକ୍ଷାରେ ସମ୍ବଲପୁର ଜୋନର 9ଟି ଜିଲ୍ଲାର ୬୭ ଗୋଟି ସେଣ୍ଟରରେ ମୋଟ 1780 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ପକ୍ଷରୁ ପ୍ରକାଶ ପାଇଛି ।
ଏଥର ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ 387 ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ 13 ଟି ସେଣ୍ଟର ବ୍ୟବସ୍ଥା ହୋଇଛି । ସେହିପରି ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ 24ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ 2 ଟି ସେଣ୍ଟରର ବ୍ୟବସ୍ଥା ହୋଇଛି । ସେହିପରି ସମ୍ବଲପୁର ଜିଲ୍ଲାରେ 7 ଟି ସେଣ୍ଟର ରେ 222 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜିଲ୍ଲାର CSB ଜିଲ୍ଲା ସ୍କୁଲରେ ସର୍ବାଧିକ 109 ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ରେଙ୍ଗାଲି ନିଉ ରାମ୍ପେଲା ହାଇ ସ୍କୁଲରେ ସର୍ବନିମ୍ନ 7 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଚଳିତ ବର୍ଷ ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସମ୍ପୁର୍ଣ୍ଣ କୋଭିଡ ଗାଇଡ଼ ଲାଇନ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ସମ୍ବଲପୁର ଜୋନର ଡେପୁଟି ସେକ୍ରେଟାରୀ କୈଳାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ