ETV Bharat / city

ସମ୍ବଲପୁରରେ ଆଉ 107 କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

author img

By

Published : Sep 20, 2020, 7:21 PM IST

ରାଜ୍ୟର ସମସ୍ତ ଜିଲ୍ଲାରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ, ରବିବାର ଜିଲ୍ଲାରୁ ପୁଣି 107 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

ସମ୍ବଲପୁରରେ କାୟା ବିସ୍ତାର କରୁଛି କୋରୋନା;ଆଉ 107 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ସମ୍ବଲପୁର: ଆଜି (ରବିବାର) ସମ୍ବଲପୁରରୁ 107 ନୁଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ଅକ୍ରାନ୍ତଙ୍କ ମଧ୍ୟରେ 2 ଜଣ କୋଭିଡ ଯୋଦ୍ଧା ରହିଛନ୍ତି।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ହେଲେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ, ରେଢାଖୋଲ, କୁଚିଣ୍ଡା, ଯୁଜୁମୁରା, ନାକଟି ଦେଉଳ ଅଞ୍ଚଳର। ଏହି ଆକ୍ରାନ୍ତ ମାନେ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 4837 ହୋଇଥିବା ବେଳେ 3629 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ଜିଲ୍ଲାରେ 1186 ଟି ଆକ୍ଟିବ କେସ ରହିଛି। ଏହା ବ୍ୟତୀତ ଆଜି ସମ୍ବଲପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ସେପ୍ଟେମ୍ବର 20 ସୁଦ୍ଧା ଜିଲ୍ଲାରେ କୋରୋନାରେ ମୃତକଙ୍କ ସଂଖ୍ୟା ମୋଟ 22ରେ ପହଞ୍ଚିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.