ETV Bharat / city

ଲକଡ଼ାଉନ ରାଉରକେଲା; ଆଇନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ସରକାରଙ୍କ ନିୟମ ଉଲ୍ଲଂଘନକାରୀ ଗଣିଲେ ତଣ୍ଡ । ରାଉରକେଲାକୁ ପ୍ରଶାସନ ଲକଡାଉନ ଘୋଷଣା କରିଥିବାବେଳେ ଅନେକ ଦୋକାନ ଖୋଲା ରହିଥିଲା । ଅଧିକ ପଢନ୍ତୁ..

violators-are-fined-in-rourkela
violators-are-fined-in-rourkela
author img

By

Published : Mar 23, 2020, 8:00 PM IST

ରାଉରକେଲା: ଆଜି ଠାରୁ ଲକଡ଼ାଉନ ଘୋଷଣା ହୋଇଥିବାବେଳେ ରାଉରକେଲା ସହରରେ ଖୋଲା ଥିବା ଦୋକାନକୁ ପୋଲିସ ବନ୍ଦ କରିଛି। ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲେ ସୁଦ୍ଧା ସାଧାରଣ ଗାଡି କିମ୍ବା 2 ଚକିଆ ଯାନ ବାହନ ବହୁତ କମ ସଂଖ୍ୟାରେ ଚଳାଚଳ କରିଥିବା ଦେଖିବାକୁ ମିଳିଥିଲା ।

ଲକଡ଼ାଉନ ରାଉରକେଲା; ଆଇନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ମୁଖ୍ୟ ସହର ସମେତ ଗ୍ରାମୀଣ ଅଞ୍ଚଳରେ ମଧ୍ୟ କେବଳ ଔଷଧ, ରାସନ ତଥା ପରିବା ଦୋକାନ ଖୋଲିବା ପାଇଁ ଅନୁମତି ଥିଲା। ସେପଟେ କିନ୍ତୁ ଝିରପାଣି ତଥା ନୂଆଗାଁର ସାପ୍ତାହିକ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟ ଦୋକାନ ଗୁଡ଼ିକୁ ପୋଲିସ ବନ୍ଦ କରିଥିଲା । ରାଉରକେଲା ସହରରେ ବିଭିନ୍ନ ମାର୍କେଟରେ ଏହି ପରିସ୍ଥିତି ଦେଖିବାକୁ ମିଳିଥିଲା।

ଅନ୍ୟପଟେ ନଳା ରୋଡ଼ ଅଞ୍ଚଳ ସହିତ ବିଭିନ୍ନ ଅଞ୍ଚଳରେ କିଛି ଲୋକ ଦୋକାନ ଖୋଲି ଥିବା ବେଳେ ପୋଲିସ ବନ୍ଦ କରାଇ ଦେଇଥିଲା। ହାତ ଗଣତି କେତୋଟି ଅଟୋ ଚାଲିଥିବା ବେଳେ ମୁଖ୍ୟ ରାସ୍ତାରେ ପୋଲିସ ଜୋରିମାନା ଆଦାୟ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.