ETV Bharat / city

ସୁନ୍ଦରଗଡ ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ, ଏକାଧିକ ପ୍ରକଳ୍ପର ଶିଳାନ୍ୟାସ - ରାଉରକେଲା ଖବର

ସୁନ୍ଦରଗଡ ଜିଲ୍ଲା ଗସ୍ତରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏହି ଅବସରରେ ମନ୍ତ୍ରୀ ଜିଲ୍ଲାରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
author img

By

Published : Sep 23, 2019, 7:38 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଗସ୍ତରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୋମବାର ଏହି ଗସ୍ତ ସମୟରେ ସେ ବିରମିତ୍ରପୁରରେ ଥିବା ଏକ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି । ଏହାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ସୁନ୍ଦରଗଡ ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ, ଏକାଧିକ ପ୍ରକଳ୍ପର ଶିଳାନ୍ୟାସ

ଖବର ଅନୁଯାୟୀ, ସାରଦୀୟ ଦୁର୍ଗାପୂଜା ପରେ ସହରକୁ ଏଲିଡି ଲାଇଟରେ ଆଲୋକିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବିରମିତ୍ରପୁର ପୌରପାଳିକା ପକ୍ଷରୁ ନିର୍ମିତ କଲ୍ୟାଣ ମଣ୍ଡପରେ ବିବାହ,ସଭା ସମିତି ଲାଗି ବହୁ ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଅଧିକ ସୁବିଧା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାଛଡା ଶ୍ରୀ ଜେନା ବିରମିତ୍ରପୁରରେ ଏକ ସ୍ମାର୍ଟ ପାର୍କର ଶିଳାନ୍ୟାସ କରିବା ସହ 20 କୋଟି ଅର୍ଥ ବ୍ୟୟରେ କାର୍ଯ୍ୟକାରୀ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି । 2020 ସୁଦ୍ଧା ଏହି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ବିରମିତ୍ରପୁରବାସୀଙ୍କ ଜଳ କଷ୍ଟ ଦୂର କରିବ ବୋଲି ମନ୍ତ୍ରୀ କହିଛନ୍ତି । ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳ କିଷାନଙ୍କ ସହିତ ଅନ୍ୟ ବିଜେଡ଼ି ନେତା ମାନେ ମନ୍ତ୍ରୀଙ୍କ ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଦିନ ତାଙ୍କର ସୁନ୍ଦରଗଡ ଜିଲ୍ଲା ଗସ୍ତ ଅବସରରେ ବିରମିତ୍ରପୁର ରେ ଏକ କଲ୍ୟାଣମଣ୍ଡପ ର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
Body:ଦୁର୍ଗା ପୂଜା ପରେ ସହର କୁ ଏଲିଡି ଲାଇଟ ରେ ଆଲୋକିତ କର ଯିବ ବୋଲି କହି ଥିଲେ। ବିରମିତ୍ରପୁର ପୌରପାଳିକା ପକ୍ଷରୁ ନିର୍ମିତ କଲ୍ୟାଣ ମଣ୍ଡପରେ ବିବାହ , ସଭା ସମିତି ଲାଗି ବହୁ ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଅଧିକ ସୁବିଧା ରହିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ଛଡା ଶ୍ରୀ ଜେନା ବିରମିତ୍ରପୁର ରେ ଏକ ସ୍ମାର୍ଟ ପାର୍କ ର ଶିଳାନ୍ୟାସ କରିବା ସହ 20 କୋଟି ଅର୍ଥ ବ୍ୟୟ ରେ କାର୍ଯ୍ୟକାରୀ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପ ର ସମୀକ୍ଷା କରିଥିଲେ । 2020 ସୁଦ୍ଧା ଏହି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ବିରମିତ୍ରପୁର ବାସୀଙ୍କ ଜଳ କଷ୍ଟ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Conclusion:ରାଉରକେଲା ର ବିଧାୟକ ସାରଦା ପ୍ରସାଦ ନାୟକ,ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ମଙ୍ଗଳ କିଷାନ ସହିତ ଅନ୍ୟ ବିଜେଡ଼ି ନେତା ମାନେ ମନ୍ତ୍ରୀଙ୍କ ସହିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ବାଇଟ-ପ୍ରତାପ ଜେନା,ନଗର ଉନ୍ନୟନ ମନ୍ତ୍ରୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.