ETV Bharat / city

ପୁଣି କ୍ବାରେଣ୍ଟାଇନ ହୋମରେ ରଖାଯିବାରୁ ହତାଶରେ ତୀର୍ଥଯାତ୍ରୀ

ତୀର୍ଥଯାତ୍ରାରେ ଯାଇଥିବା 57 ଜଣ ଯାତ୍ରୀଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରଖିବା ପରେ ପୁଣି ପ୍ରଶାସନର କ୍ବାରେଣ୍ଟାଇନରେ ରଖିବା ନିଷ୍ପତ୍ତିରେ ହତାଶ ହୋଇ ପଡିଛନ୍ତି ତୀର୍ଥଯାତ୍ରୀ । ତେବେ 14 ଦିନ କ୍ବାରେଣ୍ଟାଇନରେ ରହିବା ପରେ କାହିଁକି ସେମାନଙ୍କୁ ଘରକୁ ପଠା ଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ...

tourist has been harassed for again stay quarantine
ପୁଣି କ୍ବାରେଣ୍ଟାଇନ ହୋମରେ ରଖାଯିବାରୁ ହତାଶରେ ତୀର୍ଥଯାତ୍ରୀ
author img

By

Published : Apr 15, 2020, 7:24 AM IST

ରାଉରକେଲା: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବୃନ୍ଦାବନ ତୀର୍ଥ କରି ଯାଇଥିବା 57 ଜଣ ତୀର୍ଥ ଯାତ୍ରୀଙ୍କୁ ଉତ୍ତରପ୍ରଦେଶ ସରକାର ଏକ ବସ ଯୋଗେ ଓଡିଶା ପଠାଇ ଦେଇଥିଲେ । 27 ମାର୍ଚ୍ଚ ରେ ରାଉରକେଲା ରେ ପହଞ୍ଚିଥିଲେ ଏହି ତୀର୍ଥ ଯାତ୍ରୀ ଦଳ । ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ବରିଷ୍ଠ ନାଗରିକ ।

ପୁଣି କ୍ବାରେଣ୍ଟାଇନ ହୋମରେ ରଖାଯିବାରୁ ହତାଶରେ ତୀର୍ଥଯାତ୍ରୀ

ସେତେବେଳେ ଦେଶରେ ଲାକ ଡାଉନ ଲାଗୁ ହୋଇଥିବାରୁ ନିୟମ ଅନୁଯାୟୀ ବାହାର ରାଜ୍ୟରୁ ଆସିଥିବା ଏହି ତୀର୍ଥଯାତ୍ରୀଙ୍କୁ ରାଉରକେଲା ଛେଣ୍ଡ କଲୋନୀରେ କ୍ବାରେଣ୍ଟାଇନରେ ରଖାଯାଇଥିଲା । ତେବେ କ୍ବାରେଣ୍ଟାଇନରେ 14 ଦିନ ପୁରିବା ପରେ ଏହି ତୀର୍ଥ ଯାତ୍ରୀଙ୍କୁ ମଙ୍ଗଳବାର ଦିନ ବସ ଯୋଗେ ସେମାନଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ରାଉରକେଲାରୁ 100 କିଲୋମିଟର ଯାଇ ସାରିବା ପରେ ବସ ଏବଂ ଦୁଇଟି ଗାଡିକୁ ପୁଣି ରାଉରକେଲାକୁ ଫେରାଇ ଅଣାଯାଇଥିଲା ।

ଏବେ ତୀର୍ଥଯାତ୍ରୀ ଦଳରେ ଥିବା ବରିଷ୍ଠ ନାଗରିକ ଉଭୟ ପୁରୁଷ ଏବଂ ମହିଳା ଏହି ନିଷ୍ପତ୍ତିରେ ହତାଶ ହୋଇ ପଡିଛନ୍ତି । ତେବେ 14 ଦିନ କ୍ବାରେଣ୍ଟାଇନରେ ରହିବା ପରେ କାହିଁକି ସେମାନଙ୍କୁ ଘରକୁ ପଠା ଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତୀର୍ଥଯାତ୍ରୀ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.