ETV Bharat / city

କୋରୋନା ଭୟ: ଗୁପ୍ତେଶ୍ଵର ମେଳା ବନ୍ଦ କଲା ରାଉରକେଲା ପୋଲିସ

author img

By

Published : Mar 15, 2020, 6:50 PM IST

Updated : Mar 15, 2020, 10:16 PM IST

ରାଉରକେଲା ବୀରମିତ୍ରପୁରରେ ରବିବାର ଦିନ ଉଦଘାଟିତ ହୋଇଥିବା ପ୍ରସିଦ୍ଧ ଗୁପ୍ତେଶ୍ଵର ମେଳାକୁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । କୋରୋନା ଭାଇରସ ପ୍ରତିଷେଧକ ସ୍ୱରୂପ ଜନସମାଗମ ନକରିବାରୁ ସରକାରଙ୍କ ନିର୍ଦ୍ଦେଶ ଥିବାରୁ ଏହି ମେଳା ହୋଇପାରିବ ନାହିଁ । ଆହୁରି ପଢନ୍ତୁ...

The Gupteswar mela in Rourkela has been closed by the police
ରାଉରକେଲାର ଗୁପ୍ତେଶ୍ଵର ମେଳାକୁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ

ରାଉରକେଲା: ରାଉରକେଲା ବିରମିତ୍ରପୁରରେ ରବିବାର ଦିନ ଉଦଘାଟିତ ହୋଇଥିବା ପ୍ରସିଦ୍ଧ ଗୁପ୍ତେଶ୍ଵର ମେଳାକୁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି । ଏହାକୁ ନେଇ ମେଳାରେ ଦୋକାନ କରିଥିବା ବ୍ୟବସାୟୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ ।

ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଆସି ଏଠାରେ ନିଜର ବ୍ୟବସାୟ ମେଳାଇ ଥିବାରୁ ମେଳା ବନ୍ଦ ହେଲେ ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । କିନ୍ତୁ କରୋନା ଭାଇରସ ପ୍ରତିଷେଧକ ସ୍ୱରୂପ ଜନସମାଗମ ନକରିବାରୁ ସରକାରଙ୍କ ନିର୍ଦ୍ଦେଶ ଥିବାରୁ ମେଳା ହୋଇପାରିବ ନାହିଁ ବୋଲି ପୋଲିସ ରୋକଠୋକ କହିଥିଲେ ।

ମେଳାକୁ ବୁଲି ଆସିଥିବା ଲୋକମାନେ ଏଠାରୁ ନିରାଶ ହୋଇ ଫେରି ଯାଉଥିବାର ଦେଖିବାକୁ ମିଳିଥିଲା । ଏହି ମେଳା ସମୟରେ ବିରମିତ୍ରପୁର ସହର ଉତ୍ସବ ମୁଖର ଥାଏ କିନ୍ତୁ ମେଳା ବନ୍ଦ ହେବାରୁ କେବଳ ଦୋକାନୀ ନୁହେଁ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ନିରାଶ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Mar 15, 2020, 10:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.