ରାଉରକେଲା: କୋରୋନା ମୁକାବିଲା ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ହେଉଛି । ଏନେଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି କୋରୋନା ଯାଞ୍ଚ । IGHର ଡ.ରାଜୀବ କୁମାର ସେଠ ତଥା ଟେକ୍ନିସିଆନ ବନମାଳୀ ମହାନ୍ତି କୀଟ ଓ ଚିକିତ୍ସା ଉପକରଣ ସହ ରାଉରକେଲାରେ ପହଞ୍ଚିବା ପରେ 17 ତାରିଖରେ ଏହି କାମର ଶୁଭାରମ୍ଭ କରାଯିବାର ସମ୍ଭାବନା ରହିଛି ।
ତେବେ covid19 ପାଇଁ ରାଜ୍ୟ ସରକାର hi-tech ହସ୍ପିଟାଲ ବାଛିଥିବା ବେଳେ IGH ରେ ଅତ୍ୟାଧୁନିକ ଉପକରଣ ଥିବାରୁ ଏଠାରେ କୋରୋନା ଯାଞ୍ଚ କରାକଲେ ଲୋକେ ଶିଘ୍ର ଉପକୃତ ହୋଇପାରିବେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ