ETV Bharat / city

କୋଇଡା ଗସ୍ତରେ ସୁନ୍ଦରଗଡ ଜିଲ୍ଲାପାଳ

ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଓ ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଶୁକ୍ରବାର ଦିନିକିଆ କୋଇଡା ଗସ୍ତରେ ଆସି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

author img

By

Published : Aug 29, 2020, 10:25 PM IST

କୋଇଡା ଗସ୍ତରେ ସୁନ୍ଦରଗଡ ଜିଲ୍ଲାପାଳ
କୋଇଡା ଗସ୍ତରେ ସୁନ୍ଦରଗଡ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଓ ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଶୁକ୍ରବାର ଦିନିକିଆ କୋଇଡା ଗସ୍ତରେ ଆସି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଏହାସହିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଜିଲ୍ଲାପାଳ ଓ ଏସପି କୋଇଡାରେ ପହଞ୍ଚି ପ୍ରଥମେ ୨୧୫/୫୨୦ ଜାତୀୟ ରାଜପଥର ରାସ୍ତା ପରିଦର୍ଶନ କରି ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ରେଙ୍ଗାଳବେଢ଼ା ଠାରୁ ନାରାୟଣପୋଷ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ବାଇପାସ ରାସ୍ତାର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ କେନ୍ଦୁଝର ଓ ସୁନ୍ଦରଗଡର ସୀମାକୁ ଯାଇ ରାସ୍ତାର ପରିଦର୍ଶନ କରି ଟ୍ରାଫିକ ନିୟମକୁ କଡାକଡି କରିବା ପାଇଁ ବଣାଇ ଅତିରିକ୍ତ ଏସପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଏସପି ନିର୍ଦ୍ଦେଶ ଜାରି କରିଥିଲେ ।

କୋଇଡା ଗସ୍ତରେ ସୁନ୍ଦରଗଡ ଜିଲ୍ଲାପାଳ

ପରେ କୋଇଡା ଠାରୁ ରେଙ୍ଗାଳବେଢା ରାସ୍ତାର ଦୂରାବସ୍ଥା ଦେଖିବା ପରେ ଯଥାଶୀଘ୍ର ଏହି ରାସ୍ତାକୁ ଉନ୍ନତି କରଣ କରାଇବା ସହିତ ତୁରନ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଖୋଦ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କୋଇଡା ବିଡିଓ ଓ ତହସିଲଦାର ସହିତ ବ୍ଲକରେ ଲଘୁଚାପ ଜନିତ କ୍ଷୟକ୍ଷତି, ରାସ୍ତାଘାଟର ଦୂରାବସ୍ଥା, ନାରାୟଣପୋଷସ୍ଥିତ ରାଜାମୁଣ୍ତା-ପାଣିକୋଇଲି ୨୧୫/୫୨୦ ରାଜପଥର ଅସ୍ଥାୟୀ କାରୋପୋଲ ଭାସି ଯିବା, ଲୌହପଥର ପରିବହନ ବାଧାପ୍ରାପ୍ତ , ଗିତାରାଣୀ ଲୌହଖଣି ସାମ୍ନାରେ ପାର୍କିଂ ରାସ୍ତା ପାର୍ଶ୍ବରେ ଥିବା ସମସ୍ତ ଗ୍ୟାରେଜକୁ ଅନ୍ୟତ୍ର ସ୍ଥାନାନ୍ତର ସହିତ ରାସ୍ତାକଡରେ ବେଆଇନ ପାର୍କିଂ ବନ୍ଦ କରିବା ସହ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିଥିଲେ ।

ଶେଷରେ କୋଇଡାରେ ୧୦୦ ଶଯ୍ୟା ବିଶିଷ୍ଟ ଜେ.ଏସ୍.ଡବ୍ଲୁ ହସ୍ପିଟାଲ୍ ପାଇଁ ସରଗିଗଡ ଓ ଡେଙ୍ଗୁଳାରେ ଜମି ପରିଦର୍ଶନ କରିବା ସହିତ ମଡେଲ ବିଦ୍ୟାଳୟ ଓ ଲୌହପଥର ବୋଝେଇ ଯାଞ୍ଚ କରିବା ସହଫାଟକ ନିର୍ମାଣ ଲାଗି ସ୍ଥାନ ବୁଲି ଦେଖିଥିଲେ । ଏହି ଗସ୍ତରେ ବଣାଇ ଉପଜିଲ୍ଲାପାଳ - ପ୍ରଦୀପ କୁମାର ଡାଙ୍ଗ, ପୃର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍ ଦୁର୍ଗା ଚରଣ ବେହେରା, ଏନ୍.ଏଚ୍.ଆଇ ଆର ପିଡିଙ୍କ ସମେତ ଅନ୍ୟ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.