ରାଉରକେଲା: ଆଜି ଠାରୁ ଆରମ୍ଭ ହୋଇଛି ଦଶମ ବୋର୍ଡ଼ ପରୀକ୍ଷା । ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଶେଷ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଦିନ 10 ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଫାଷ୍ଟ୍ ଲାଙ୍ଗୁଏଜ ପରୀକ୍ଷା କରାଯାଇଛି ।
ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ୍ ପରିକ୍ଷା ସୁନ୍ଦରଗଡ଼ ଜିଲ୍ଲାରେ ମୋଟ 220 ପରୀକ୍ଷା କେନ୍ଦ୍ରରେ 401 ସ୍କୁଲର 24 ହଜାର 819 ଜଣ ପରୀକ୍ଷା ଦେଉଛନ୍ତି । ସେହିପରି ରାଉରକେଲା ଏବଂ ବିଶ୍ରାରେ ମୋଟ 23ଟି ପରୀକ୍ଷା କେନ୍ଦ୍ରରେ 5 ହଜାର 386 ଜଣ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନ ପତ୍ର ରଖିବା ଲାଗି ଉଦିତ ନଗର ହାଇସ୍କୁଲ , 18 ନମ୍ବର ସେକ୍ଟରର ବିବେକାନନ୍ଦ ବିଦ୍ୟା ମନ୍ଦିର , ସେକ୍ଟର 20ର NAC ST ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିବା ବେଳେ କପି ରୋକିବା ପାଇଁ ବିଭାଗ ପକ୍ଷରୁ ପାଞ୍ଚଟି ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛିି । ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ସମାହିତ ଲାଗି ରାଉରକେଲାର ଵିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୋଲିସ ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ...