ରାଉରକେଲା: ସହରରେ କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଏହାର ସଂକ୍ରମଣ ରୋକିବା ପାଇଁ ଦୁଇ ଦିନିଆ ସହରକୁ ସଟଡାଉନ କରାଯାଇଛି । ଏହାର ପ୍ରଭାବ ବେଶ୍ ଦେଖିବାକୁ ମିଳିଛି । ସହରରେ ଦୋକାନ ବଜାର ତଥା ସବୁ ମାର୍କେଟ ବନ୍ଦ ରହିଛି ଓ ଲୋକେ ମଧ୍ୟ ଘରୁ ବାହାରୁ ନାହାଁନ୍ତି ।
ଶନିବାର ବିଭିନ୍ନ ଛକରେ ପୋଲିସ ମୁତୟନ କରଯାଇଥିଲା । ଲୋକଙ୍କୁ ବିନା କାରଣରେ ଘରୁ ବାହାରିବା ପାଇଁ ବାରଣ କରାଯାଇଥିଲା । ସକାଳୁ ସହରର ମୁଖ୍ୟ ବଜାର ସହିତ ଇସ୍ପାତ ଅଞ୍ଚଳର ମାର୍କେଟ ଗୁଡିକର ସମାନ ପରିସ୍ଥିତି ରହିଛି । ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ସହରରେ କୋଭିଡ-19ର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ 31 ତାରିଖ ଯାଏଁ ଶନିବାର ଓ ରବିବାର ସଟଡାଉନର ଘୋଷଣା କରିଛନ୍ତି । ପ୍ରଥମଥର ଦେଖା ଯାଇଛି କି, ପୋଲିସ ସତର୍କ ରହିଛି ଓ ଲୋକମାନେ ମଧ୍ୟ ସଚେତନ ହୋଇ ସଟଡାଉନରେ ଘରେ ରହୁଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ