ETV Bharat / city

ଲୋନ ଟଙ୍କା ଶୁଝିବାକୁ 6 ମାସ ସମୟ ଦାବି କଲେ ସ୍ବୟଂ ସହାୟିକା ଗୋଷ୍ଠୀ

ଲକଡାଉନ ଯୋଗୁଁ ଏସଏଚଜି ମହିଳାମାନେ ଲୋନ ଫେରସ୍ତ କରିପାରୁନାହାନ୍ତି। ସେଥିପାଇଁ ସେମାନଙ୍କୁ 6 ମାସ ସମୟ ଦିଆଯାଉ ନଚେତ ତାଙ୍କ ଲୋନ ମାଫ କରାଯାଉ ବୋଲି ଦାବି କରିଛନ୍ତି ଏସଏଚଜି ମହିଳା ।

shg women
ଲୋନ ଟଙ୍କା ଶୁଝିବାକୁ 6 ମାସ ସମୟ ଦାବି କଲେ ଏସଏଚଜି ମହିଳା
author img

By

Published : Jun 12, 2020, 12:13 PM IST

ରାଉରକେଲା: ଲୋନ ଫେରାଇବାକୁ 6 ମାସ ସମୟ ମାଗିଲେ ଏସଏଚଜି ମହିଳା । ଲକଡାଉନ ଯୋଗୁଁ ଏସଏଚଜି ମହିଳାମାନେ ଲୋନ ଫେରସ୍ତ କରିପାରୁନାହାନ୍ତି। ସେଥିପାଇଁ ସେମାନଙ୍କୁ 6 ମାସ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି ଏସଏଚଜି ମହିଳା ।

ଲୋନ ଟଙ୍କା ଶୁଝିବାକୁ 6 ମାସ ସମୟ ଦାବି କଲେ ସ୍ବୟଂ ସହାୟିକା ଗୋଷ୍ଠୀ

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାର ବଣାଇ ଏବଂ ଖୁଟୁଗା ଅଞ୍ଚଳର ପ୍ରାୟ 30 ରୁ 40ଟି ଏସଏଚଜି ଗ୍ରୁପ ର ମହିଳାମାନେ ବିଭିନ୍ନ ଲୋନ କରି ବେପାର କରୁଥିଲେ । ସେମାନେ ଚାଉଳ, ପନିପରିବା, କୁକୁଡା ଆଦି ଚାଷ କରି ପରିବାର ପୋଷଣ କରୁଥିଲେ । ଚାଷରୁ ଯାହା ଟଙ୍କା ମିଳୁଥିଲା ସେଥିରେ ଲୋନ ମଧ୍ୟ ଶୁଝୁଥିଲେ । ଲକଡାଉନ ଯୋଗୁ ଗତ 3 ମାସ ହେବ ସେମାନଙ୍କ ବେପାର ବନ୍ଦ ଅଛି । ଏଭଳି ପରିସ୍ଥିତିରେ ଲୋନ୍ ଶୁଝିବାକୁ ସେମାନେ ଅସମର୍ଥ ।

ଏପଟେ ଲୋନ ସମୟରେ ଶୁଝିବା ପାଇ ଫାଇନାନ୍ସ କର୍ମଚାରୀ ସେମାନଙ୍କ ଘରେ ପହଞ୍ଚି ଲୋନ ଟଙ୍କା ଦେବାକୁ ଜୋର ଜବରଦସ୍ତ କରୁଛନ୍ତି । ଗୋଟିଏ ପଟେ ବେପାର ନାହିଁ ଅନ୍ୟପଟେ ଲୋନ ଶୁଝିବା ଚିନ୍ତା ଏସଏଚଜି ମହାଳାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ।

ସେଥିପାଇଁ ସେମାନଙ୍କୁ ଲୋନ ଶୁଝିବାକୁ 6 ମାସ ସମୟ ଦିଆଯାଉ ନଚେତ୍ ତାଙ୍କୁ ଲୋନ ଛଡାଯାଉ ବୋଲି ମହିଳାମାନେ ସରକାରଙ୍କୁ ଦାବି କରିଛନ୍ତି । ଯଦି ଏହା ଉପରେ ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଧାରଣା ଦେବାକୁ ଏସଏଚଜି ମହିଳାମାନେ ଚେତାବନୀ ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.