ETV Bharat / state

ଟ୍ରାଫିକ ନିୟନ୍ତ୍ରଣ-ପାଟ୍ରୋଲିଂ ପରିଚାଳନାରେ ଆସିବ ସ୍ବଚ୍ଛତା, ବଡି କ୍ୟାମେରା ପିନ୍ଧିଲେ ବ୍ରହ୍ମପୁର ଟ୍ରାଫିକ ପୋଲିସ - TRAFFIC POLICE BODY CAMERA

କମିଶନରେଟ ପୋଲିସ ଢାଞ୍ଚାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ । ଚେକିଂ ଓ ଟ୍ରାଫିକ ପରିଚାଳାନାରେ ସ୍ବଚ୍ଛତା ପାଇଁ ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା ।

କମିଶନରେଟ ଢାଞ୍ଚାରେ ବ୍ରହ୍ମପୁର ପୋଲିସ, ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା
କମିଶନରେଟ ଢାଞ୍ଚାରେ ବ୍ରହ୍ମପୁର ପୋଲିସ, ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 12:05 PM IST

ବ୍ରହ୍ମପୁର: ଟ୍ରାଫିକ ଯାଞ୍ଚ ବେଳେ ବ୍ରହ୍ମପୁର ପୋଲିସ ପକ୍ଷରୁ ଆରମ୍ଭ ହେଲା ବଡି କ୍ୟାମେରାର ବ୍ୟବହାର । ଦାୟିତ୍ୱରେ ଥିବା ଟ୍ରାଫିକ୍‌ ପୋଲିସ ଅଧିକାରୀ ଓ କର୍ମଚାରୀ ଏହାକୁ ପରିଧାନ କରି ଦାୟିତ୍ୱ ନିର୍ବାହ କରିବେ । ଟ୍ରାଫିକ ନିୟନ୍ତ୍ରଣ ଓ ପାଟ୍ରୋଲିଂ ବେଳେ ସୃଷ୍ଟି ହେଉଥିବା ଅପ୍ରୀତିକର ସ୍ଥିତିକୁ ଏଡାଇବା ଓ ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ କମିଶନରେଟ ପୋଲିସ ଭଳି ବ୍ରହ୍ମପୁର ପୋଲିସ ପକ୍ଷରୁ ବଡି କ୍ୟାମେରାର ବ୍ୟବହାର ପାଇଁ ପଦକ୍ଷେଦ ଗ୍ରହଣ କରାଯାଇଛି । ଯାହା ଦ୍ୱାରା ଗାଡି ମୋଟର ଯାଞ୍ଚ ସମୟରେ ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା ବେଳେ ଘଟୁଥିବା ବିଭିନ୍ନ ଘଟଣାକୁ ରୋକାଯାଇପାରିବ ବୋଲି କୁହାଯାଉଛି ।

  • ଚେକିଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ, ପୋଲିସର ଭୂମିକା ସନ୍ଦେହମୁକ୍ତ ହେବ:-

ବିଭିନ୍ନ ସମୟରେ କରାଯାଉଥିବା ଗାଡ଼ି ଯାଞ୍ଚ ବେଳେ ଟ୍ରାଫିକ ନିୟମ ଖିଲାପକାରୀମାନେ ପୋଲିସ ବିରୋଧରେ ପାଲଟା ବିଭିନ୍ନ ପ୍ରକାରର ଅଭିଯୋଗ କରିଥାଆନ୍ତି । ପୋଲିସ ବିରୋଧରେ କ୍ଷମତାର ଅପ ପ୍ରୟୋଗ କରିବା, ଅନାବଶ୍ୟକ ବଳ ପ୍ରୟୋଗ କରିବା, ଧମକ ଦେବା, ଦୁର୍ବ୍ୟବହାର କରିବା କିମ୍ବା ଲାଞ୍ଚ ମାଗିବା ପରି ଅଭିଯୋଗ ବିଭିନ୍ନ ସମୟରେ ଆସିଥାଏ । କିଛି କ୍ଷେତ୍ରରେ ପୋଲିସ ଅଧିକାରୀ ମଧ୍ୟ ମିଥ୍ୟା ଅଭିଯୋଗର ସାମ୍ନା କରିବାକୁ ବାଧ୍ୟ ହୋଇଥାନ୍ତି । ଫଳରେ ପୋଲିସ୍‌ ଓ ଜନତାଙ୍କ ମଧ୍ୟରେ ଦୂରତା ସହ ତିକ୍ତତା ମଧ୍ୟ ବଢ଼େ । ଏବେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ସାଧାରଣ ଜନତାଙ୍କ ପ୍ରତି ପୋଲିସର ଉତ୍ତମ ବ୍ୟବହାର ଓ ଆଚରଣ ସୁନିଶ୍ଚିତ କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଭଳି ବଡି କ୍ୟାମେରାର ବ୍ୟବହାର ଆରମ୍ଭ କରାଯାଇଛି ।

କମିଶନରେଟ ଢାଞ୍ଚାରେ ବ୍ରହ୍ମପୁର ପୋଲିସ, ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା (ETV Bharat Odisha)
  • ପ୍ରଥମ ପର୍ଯ୍ୟାୟରେ 5 କ୍ୟାମେରା ବ୍ୟବହୃତ:

ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣ ବିବେକ.ଏମ ଏହି ବଡି କ୍ୟାମେରାର ବ୍ୟବହାରର ଶୁଭାରମ୍ଭ କରିଛନ୍ତି । ଏସପି କହିଛନ୍ତି, ଡ୍ୟୁଟି ସମୟରେ ଏହି ବଡି କ୍ୟାମେରା ପୋଲିସ କର୍ମଚାରୀଙ୍କ ୟୁନିଫର୍ମରେ ରଖାଯିବ । ଯାହା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଭଲ ଆଚରଣକୁ ନିଶ୍ଚିତ କରିବ । ବର୍ତ୍ତମାନ ବ୍ରହ୍ମପୁର ପୋଲିସ ପକ୍ଷରୁ ୫ଟି ବଡି କ୍ୟାମେରା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ଏହାକୁ ଆଗାମୀ ଦିନରେ ଖୁବଶୀଘ୍ର ବୃଦ୍ଧି କରାଯିବାକୁ ଲକ୍ଷ ରଖାଯାଇଥିବା ଏସପି କହିଛନ୍ତି ।

କମିଶନରେଟ ଢାଞ୍ଚାରେ ବ୍ରହ୍ମପୁର ପୋଲିସ, ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା
କମିଶନରେଟ ଢାଞ୍ଚାରେ ବ୍ରହ୍ମପୁର ପୋଲିସ, ଟ୍ରାଫିକ କର୍ମଚାରୀ ପିନ୍ଧିଲେ ବଡି କ୍ୟାମେରା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ସାମ୍ନାକୁ ଆସିବ ସତ, ବଡି କ୍ୟାମେରା ପିନ୍ଧିଲେ ପୋଲିସ, ରିସେପସନରେ ବାଧ୍ୟତାମୂଳକ

ପୋଲିସକୁ ଆପାର୍ଟମେଣ୍ଟ ଚୋରି ଚିନ୍ତା, IP ଏନାବଲ କ୍ୟାମେରା ଲଗାଇବାକୁ ନିବେଦନ

ବାତ୍ୟା ସମୟରେ ଭରସା VHF, ସଜାଡି ରଖିବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

  • କଣ ରହିଛି ଏହି କ୍ୟାମେରାର ଫିଚର:-

ଏହି ଅତ୍ୟାଧୁନିକ କ୍ୟାମେରାରେ ୧୨୦ ଡିଗ୍ରୀ କଭରେଜ ହୋଇପାରିବା ସହ ପ୍ରାୟ ୬ଘଣ୍ଟା ଧରି ଅନବରତ ଭିଡିଓ ସୁଟିଂ କରିବାର କ୍ଷମତା ରହିଛି । ବ୍ରହ୍ମପୁର ପୋଲିସର ଏହି ପାଞ୍ଚ କ୍ୟାମେରାଗୁଡ଼ିକ ବିଭିନ୍ନ ବ୍ୟସ୍ତବହୁଳ ସ୍ଥାନରେ ନିୟୋଜିତ ଅଧିକାରୀଙ୍କୁ ପ୍ରଦାନ କରାଯିବ । ଗୋପାଳପୁର ଥାନା ଅଧୀନରେ ଥିବା ଷଣ୍ଢ ଛକ ସମେତ ବ୍ରହ୍ମପୁର ସହରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ଏବଂ ବ୍ୟସ୍ତବହୁଳ ସ୍ଥାନରେ ବ୍ୟବହୃତ ହେବ । ସେପଟେ ଏପରି ନୂତନ ବଡି କ୍ୟାମେରା ଟ୍ରାଫିକ କର୍ମଚାରୀଙ୍କ କାମକୁ ସହଜ କରିବା ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.