ETV Bharat / technology

Realme ନଭେମ୍ବରରେ ଆଣୁଛି ଦମଦାର ଫୋନ୍‌; ମିଳିବ ମଙ୍ଗଳ ଗ୍ରହ ପରି ଡିଜାଇନ

ରିଅଲମି ଭାରତରେ ଚଳିତ ମାସ ନୂଆ ଦମଦାର ସ୍ମାର୍ଟଫୋନ Realme GT 7 Pro ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ମଙ୍ଗଳ ଗ୍ରହ ପରି ଡିଜାଇନ ମିଳିବ । ଦାମ କେତେ ଜାଣନ୍ତୁ...

Realme GT 7 Pro
Realme GT 7 Pro (Photo- Realme)
author img

By ETV Bharat Tech Team

Published : Nov 6, 2024, 12:30 PM IST

Updated : Nov 6, 2024, 1:07 PM IST

ହାଇଦ୍ରାବାଦ: ରିଅଲମି ନଭେମ୍ବର 26ରେ ଭାରତରେ ଏହାର ଫ୍ଲାଗସିପ୍ ରିଅଲମି ଜିଟି 7 ପ୍ରୋ (Realme GT 7 Pro) ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଭାରତରେ ଏହା ପ୍ରଥମ ସ୍ନାପଡ୍ରାଗନ୍ 8 ଇଲାଇଟ୍ ଚାଳିତ ଫୋନ୍ ହେବାକୁ ଥିବା ବେଳେ ଏହା ଏକ ଭିନ୍ନ ଟେକ୍ସଚର୍ଡ୍ ବ୍ୟାକ୍ ଏବଂ ଅନେକ ନୂତନ AI ଫିଚର ସହିତ ଆସୁଛି । ଖାସ କଥା ହେଉଛି ଏହି ଫୋନରେ ମାର୍ସ (ମଙ୍ଗଳ ଗ୍ରହ) ଡିଜାଇନ ମିଳିବାକୁ ଯାଉଛି ।

ଖାଲି ସେତିକି ନୁହେଁ, ଏହି ଫୋନ ଏଆଇ ଚାଳିତ ଅନେକ ଫିଚର ପ୍ରଦାନ କରିବାକୁ ଯାଉଛି । ଏହାରି ମଧ୍ୟରେ କମ୍ପାନୀ ପକ୍ଷରୁ ଏହି ଦମଦାର ଫୋନର ଲଞ୍ଚ ତାରିଖ ଖୁଲାସା ହୋଇଛି । କମ୍ପାନୀର ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ ରିଅଲମି ଜିଟି 7 ପ୍ରୋ ଆସନ୍ତା ନଭେମ୍ବର 26 ତାରିଖ ମଧ୍ୟାହ୍ନ 12ଟାରେ ଭାରତୀୟ ବଜାରରେ ପ୍ରବେଶ କରିବ । ତେବେ ଏହି ଦମଦାର ଫୋନ ଲଞ୍ଚ ହେବା ପୂର୍ବରୁ ଜାଣିନିଅନ୍ତୁ ଏହାର ଫିଚର ସମ୍ପର୍କରେ ।

Realme GT Pro ସ୍ପେଶିଫିକେସନ:

  • ଡିସପ୍ଲେ: 6.78 ଇଞ୍ଚ
  • ରିଫ୍ରେସ ରେଟ୍‌: 120Hz
  • ପିକ୍‌ ବ୍ରାଇଟନେସ୍‌: 6000 ନିଟ୍ସ
  • ରେଜୋଲ୍ୟୁସନ: 2780 x 1264 ପିକ୍ସେଲ
  • ବ୍ୟାଟେରୀ କ୍ଷମତା: 6,500mAh
  • RAM: 12GB
  • ଷ୍ଟୋରେଜ: 256GB
  • ପଛ କ୍ୟାମେରା: 50MP + 8MP + 50MP
  • 3x ଅପଟ୍‌କାଲ ଜୁମ୍‌ ଓ 120x ଡିଜିଟାଲ ଜୁମ୍‌ ସପୋର୍ଟ
  • 120W ତାରଯୁକ୍ତ (ୱେୟାର୍ଡ) ଦ୍ରୁତ ଚାର୍ଜିଂ
  • ଧୂଳି ଓ ପାଣିରୁ ରକ୍ଷା ପାଇଁ IP68 ଓ IP69 ରେଟିଂ
  • OS: ଆଣ୍ଡ୍ରଏଡ୍
ଏହା ବି ପଢନ୍ତୁ
  1. ବଜେଟରେ ପାଆନ୍ତୁ ଫୋଲଡେବଲ୍‌ ଫୋନ୍‌; ଲଞ୍ଚ ତାରିଖ ଖୁଲାସା କଲା Samsung
  2. ଆପଲ୍‌ ଆଣିଲା ମାଗଣା ମରାମତି ପ୍ରୋଗ୍ରାମ; ଏହି ଆଇଫୋନ ବ୍ୟବହାରକାରୀ ପାଇବେ ଲାଭ
  3. Realme GT 7 Proଠାରୁ OnePlus 13 ପର୍ଯ୍ୟନ୍ତ; ଖୁବଶୀଘ୍ର ଲଞ୍ଚ ହେବ ଅନେକ ଫୋନ

କ୍ୟାମେରା: ଏହି ଫୋନରେ 50 MP ସହିତ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ସେଲଫି ଏବଂ ଭିଡିଓ କଲ୍ ପାଇଁ ଏଥିରେ 16 ମେଗାପିକ୍ସେଲର ସାମ୍ନା କ୍ୟାମେରା ଅଛି । ଫୋନରେ ପାଣି ତଳେ ଫଟୋଗ୍ରାଫି କରିବା ପାଇଁ ସୁବିଧା ଥିବା ବେଳେ ଲାଇଭ ଫଟୋ ଓ AI ଏଡିଟିଂ ଫିଚର ମିଳିବ ।

କନେକ୍ଟିଭିଟି: ଏହି ଫୋନରେ 5G, ଡୁଆଲ 4ଜି VoLTE, Wi-Fi 7, ବ୍ଲୁଟୁଥ 5.4, GPS, GALILEO, Beidou, QZSS, NFC ଓ USB Type-C ପୋର୍ଟ କନେକ୍ଟିଭିଟି ସୁବିଧା ମିଳିବ ।

କଲର ଅପସନ୍‌:

  • ଟାଇଟାନିୟମ୍
  • ଲାଇଟ୍‌ ଡୋମେନ୍
  • ଧଳା ରଙ୍ଗ

Realme GT Pro: ଦାମ ଓ କେଉଁଠୁ କିଣିବେ

ଏହି ଫୋନ ପ୍ରଥମେ ଚୀନର ଗତ ସୋମବାର ଲଞ୍ଚ ହୋଇଛି । ଚୀନରେ ରିଅଲମି ଷ୍ଟୋରରେ ଏହା ଉପଲବ୍ଧ । ଭାରତରେ ଲଞ୍ଚ ହେବା ପରେ ଫୋନକୁ ଗ୍ରାହକ ନିକଟସ୍ଥ ଷ୍ଟୋର ଓ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ନେଇପାରିବେ । ଏହାର ଦାମ ସମ୍ପର୍କରେ ଆଲୋଚନା କଲେ

  • 12GB + 512GB ଭାରିଏଣ୍ଟ ପାଇଁ Rs. 43,800
  • 12GB + 256GB ଭାରିଏଣ୍ଟ ପାଇଁ Rs. 47,400
  • 16GB + 256GB ଭାରିଏଣ୍ଟ ପାଇଁ Rs. 46,200
  • 16GB + 512GB ଭାରିଏଣ୍ଟ ପାଇଁ Rs. 50,900
  • 16GB + 1TB ଭର୍ସନ ପାଇଁ Rs. 56,900

Last Updated : Nov 6, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.