ETV Bharat / state

ଓଡ଼ିଶାରେ ହାତୀଙ୍କୁ ମିଳୁନି ଜାଗା, ବଢୁଛି ହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ସଂଖ୍ୟା: PCCF - OVERCROWDING ELEPHANTS IN ODISHA

ଓଡ଼ିଶାରେ ହାତୀ ମୃତ୍ୟୁ ଏବଂ ହାତୀ-ମଣିଷ ଲେଢ଼େଇ ଉପରେ ପ୍ରତିକ୍ରିୟା ରଖିଛନ୍ତି PCCF । ନଭେମ୍ବର ୧୪ରୁ ଦୁଇ ଦିନିଆ ହାତୀ ଗଣନା ନେଇ ଦେଇଛନ୍ତି ସୂଚନା ।

OVERCROWDING ELEPHANTS IN ODISHA CAUSES ELEPHANT HUMAN CONFLICT SAYS PCCF
OVERCROWDING ELEPHANTS IN ODISHA CAUSES ELEPHANT HUMAN CONFLICT SAYS PCCF (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 1:52 PM IST

ଭୁବନେଶ୍ବର: ଗଜରାଜ ତୁମେ ଓଡ଼ିଶା ଛାଡ଼। ରାଜ୍ୟରେ ହାତୀଙ୍କ ପାଇଁ ନାହିଁ ଜାଗା । ହାତୀଙ୍କ ପାଇଁ ଅଭାବ ପଡୁଛି ଜଙ୍ଗଲ । ଯେତିକି ହାତୀ ରହିବା ଆବଶ୍ୟକ ତାହାଠାରୁ ଅଧିକ ହାତୀ ରହିଛନ୍ତି । ଯେଉଁଥି ପାଇଁ ଓଡ଼ିଶାରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଜଙ୍ଗଲ ମଧ୍ୟରେ ଭରପୁର ଭାବେ ଖାଇବା ନାହିଁ କି ପିଇବା ପାଇଁ ପାଣି ନାହିଁ। ଯାହା ଫଳରେ କି ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମୁଛି। ଫଳରେ ହାତୀ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୦ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିଶେଷ ଭାବେ ଅସ୍ବାଭାବିକ ଓ ବିଦ୍ୟୁତ ଆଘାତ ଦ୍ଵାରା ଅଧିକ ହାତୀ ମୃତ୍ୟୁ ବରଣ କରିଛନ୍ତି ।

'ହାତୀଙ୍କ ପାଇଁ ଜାଗା ଅଭାବ'

Principal Chief Conservator of Forests PCCF (ପିସିସିଏଫ) ସୁଶାନ୍ତ ନନ୍ଦ କହିଛନ୍ତି ଯେ 'ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ଯେତିକି ହାତୀ ରହି ପାରିବା କଥା ତାହାଠୁ ରାଜ୍ୟରେ ୪୦୦ ଅଧିକ ଅଛନ୍ତି । ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସ ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ଯେଉଁଥି ପାଇଁ ଖାଦ୍ୟ ଅନ୍ୱେଷଣ ରେ ଜନବସତି ମୁହାଁ ହେଉଛନ୍ତି ଏବଂ ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । କାରଣ ଜଙ୍ଗଲ ମଧ୍ୟରେ ଭରପୁର ଭାବେ ଖାଇବା ନାହିଁ କିମ୍ବା ପିଇବା ପାଇଁ ପାଣି ନାହିଁ । ରାଜ୍ୟରେ ଯେତିକି ମାତ୍ରାରେ ହାତୀ ମୃତ୍ୟୁ ଘଟୁଛି ସେଥିମଧ୍ୟରୁ ୬୦ ପ୍ରତିଶତ ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି' ।

PCCF Susanta Nanda (ETV Bharat Odisha)
  • ଓଡ଼ିଶାରେ ୪୦୦ ଅଧିକ ହାତୀ ଅଛନ୍ତି
  • ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ
  • କିନ୍ତୁ ଏବେ ୨୧୦୦ ଶହ ହାତୀ ଅଛନ୍ତି
  • ଅସ୍ବାଭାବିକରେ ଅଧିକ ହାତୀଙ୍କ ମୃତ୍ୟୁ ଘଟୁଛି:-

ପିସିସିଏଫ୍ ସୁଶାନ୍ତ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ "ରାଜ୍ୟରେ ବିଶେଷ ଭାବେ ରୋଗ, ବିଦ୍ୟୁତ ଆଘାତ ଓ ଟ୍ରେନ ଦୁର୍ଘଟଣାରେ ଯାଉଛି ହାତୀଙ୍କ ଜୀବନ ଯାଉଛି । ଯାହା ୩୦ ପ୍ରତିଶତରୁ ୬୦ ପ୍ରତିଶତ ଏହି ଭଳି ଅସ୍ବାଭାବିକ ମୃତ୍ୟୁରେ ଜୀବନ ଯାଉଛି । କିଛି ଦିନ ତଳେ ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ତେବେ ଏହି ସମସ୍ତ ଘଟଣାର ତଦନ୍ତ କରାଯିବ। ଯାହା ଫଳରେ ଘଟାଣର ସତ୍ୟାସତ ଆସିପାରିବ। "

  • ରୋଗ, ବିଦ୍ୟୁତ ଆଘାତ ଓ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ
  • ୩୦ ପ୍ରତିଶତରୁ ୬୦ ପ୍ରତିଶତ ଅସ୍ବାଭାବିକ ହାତୀ ମୃତ୍ୟୁ

ବଳକା ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା:-

"ରାଜ୍ୟରେ ଅଧିକ ମାତ୍ରାରେ ହାତୀ ରହିଛନ୍ତି । ଅନେକ କିଛି ହାତୀ ମଧ୍ୟ ଆମ ରାଜ୍ୟରୁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ବର୍ତ୍ତମାନ ଯାହା ସ୍ଥିତି ବା ଜଙ୍ଗଲ ରହିଛି ତେବେ ଓଡିଶାରେ ୨୦୦୦ ରୁ ୨୧୦୦ ହାତୀ ରହିପାରିବେ । ସମସ୍ତ ହାତୀଙ୍କ ଦେହରେ ଲଗାଯିବ ରେଡିଓ କଲାର । ଯାହା ଫଳରେ କି ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ" ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଏହା ମଧ୍ୟ ପଢ଼ନ୍ତୁ-

ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day

ହାତୀ ଥିବା ଜଙ୍ଗଲକୁ ଯିବାବେଳେ ସତର୍କତା :-

"ହାତୀ ଥିବା ଅଞ୍ଚଳରେ ଲୋକମାନଙ୍କୁ ଅନୁରୋଧ ଯେ ଜଙ୍ଗଲକୁ ନିତ୍ୟକର୍ମ କରିବାକୁ ଯାଅନ୍ତୁ ନାହିଁ। ସରକାର ସମସ୍ତ ଘରକୁ ପାଣି ଏବଂ ଶୌଚାଳୟ ବ୍ୟବସ୍ଥା କରିଛନ୍ତି । ଏହାର ଫାଇଦା ନିଅନ୍ତୁ । ଅଯଥାରେ ଜଙ୍ଗଲ ମଧ୍ୟକୁ ଯାଆନ୍ତୁ ନାହିଁ" ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ

ପୂର୍ଣ୍ଣିମା ରାତିରେ ହାତୀ ଗଣନା:-

ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ କହିବା ହେଲା "ଏବେ ରାଜ୍ୟକୁ ଆସୁଛନ୍ତି ଝାଡ଼ଖଣ୍ଡୀ ଓ ଛତିଶଗଡ଼ି ହାତୀ । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣିମା ରାତିରେ ସେମାନଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ। "

ଏହା ମଧ୍ୟ ପଢ଼ନ୍ତୁ-

ସାବାଡ ହେବେ ଅମାନିଆ ଦନ୍ତା , ହିଂସ୍ର ହାତୀଙ୍କ ବେକରେ ଲାଗିବ ରେଡିଓ କଲାର - ELEPHANT RADIO COLLAR

ହାତୀଙ୍କ ପାଇଁ VIP ସୁବିଧା: ରହିଛି ଖେଳ ପଡିଆ ଓ ରେସ୍ତୋରାଁ - Special restaurant For Elephant

ଖାଦ୍ୟ ସନ୍ଧାନରେ ଆସି ଶିକାର ହେଉଛନ୍ତି ହାତୀ:-

"ନରସିଂହପୁରରେ ତୀର ମାଡ଼ରେ ଆହତ ହାତୀ ଏବେ ସୁସ୍ଥ ଅଛି । ହାତୀ ଶରୀରରେ ୪ଟି ତୀର ଲାଗିଥିଲା । ଶିକାର ଉଦ୍ଦେଶ୍ୟରେ ନୁହେଁ, ଫସଲ ବଞ୍ଚାଇବାକୁ ତୀର ମାରି ହାତୀ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ। ହିନ୍ଦୋଳ - ନର୍ସିଙ୍ଗପୁର ସୀମାରେ ଘଟିଥିଲା ଏହି ଘଟଣା । ଚାଷ ଜମିରୁ ଖାଦ୍ଯ ସନ୍ଧାନରେ ରହିଥିବା ବେଳେ ଏହି ସମୟରେ ସ୍ଥାନୀୟ ଲୋକମାନେ ହାତୀ ଘଉଡାଇବା ପାଇଁ ଆସି ତୀର ମାଡ କରିଥିଲେ" ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

୭ ବର୍ଷରେ ୬୩୪ ହାତୀ ମୃତ୍ୟୁ :-

  • ୨୦୧୭-୨୦୧୮ - ୭୮ ହାତୀ ମୃତ
  • ୨୦୧୮-୨୦୧୯ - ୯୩ ହାତୀ ମୃତ
  • ୨୦୧୯-୨୦୨୦ - ୮୨ ହାତୀ ମୃତ
  • ୨୦୨୦-୨୦୨୧ - ୭୭ ହାତୀ ମୃତ
  • ୨୦୨୧-୨୦୨୨ - ୮୬ ହାତୀ ମୃତ
  • ୨୦୨୨-୨୦୨୩ - ୯୨ ହାତୀ ମୃତ
  • ୨୦୨୩-୨୦୨୪ - ୬୬ ହାତୀ ମୃତ
  • ୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ହାତୀ ମୃତ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.