ରାଉରକେଲା: ସହରରେ ମାତିଛନ୍ତି ଲୁଟେରା। ଏମାନଙ୍କ ପାଇଁ ଲୋକମାନେ ସନ୍ଧ୍ୟାରୁ ଘରେ ତାଟି କବାଟ ପକାଇ ରହୁଛନ୍ତି। ତଥାପି ସୁବିଧା ସୁଯୋଗ ଦେଖି ଲୁଟେରାମାନେ ନିଜର କାରନାମାରେ ଲିପ୍ତ ରହିବା ସହ କଳାକନା ବୁଲାଉଛନ୍ତି। ଯାହା ବର୍ତ୍ତମାନ ରାଉରକେଲା ସହରରେ କୋକୁଆ ଭୟ ସୃଷ୍ଟି କରିଛି।
ତେବେ ସୋମବାର ସହରର ତିନୋଟି ପୃଥକ ପୃଥକ ଦୋକାନରେ ଚୋରି ହୋଇଛି। ଗୋଟିଏ ରାତିରେ 3ଟି ଯାକ ଦୋକାନରେ କଳାକନା ବୁଲାଇଛନ୍ତି ଚୋର। ଘଟଣାଟି ବିରମିତ୍ରପୁର ଥାନାର କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ଲୋକ ଆତଙ୍କିତ ହେବା ସହ ଗ୍ରାମୀବାସୀଙ୍କ ଚିନ୍ତାର କାରଣ ପାଲଟିଛି।
ସୂଚନା ଅନୁସାରେ,ଟାଙ୍ଗରିନରେ 3ଟି ଗ୍ରୋସରୀ ଦୋକାନରେ ଚୋରି ହୋଇଥିବା ବେଳେ ଝରବେଡାରେ 2ଟି ଦୋକାନରେ ଚୋରି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏହି ଉତ୍ପାତିଆ ଚୋରଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ