ରାଉରକେଲା: ପୁଣି ତେଜିଲା ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଦାବି । ଗାନ୍ଧୀ ଜୟନ୍ତୀ ଅବସରରେ ରାଉରକେଲାରେ ଏନେଇ ବାହାରିଛି ଶୋଭାଯାତ୍ରା । ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଓ ତାଙ୍କ ସହଯୋଗୀ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଛନ୍ତି।
ପୂର୍ବରୁ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ଚାଲି ଚାଲି ଯାଇଥିଲେ ମୁକ୍ତିକାନ୍ତ । ତେବେ ବ୍ରାହ୍ମଣୀ ସେତୁ କାମ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ କରି ବୁଧବାର ପୁନର୍ବାର ଶୋଭାଯାତ୍ରାରେ ବାହାରିଛନ୍ତି ସେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ