ରାଉରକେଲା: ସହରର ମୁଖ୍ୟ ରାସ୍ତା ଶୋଚନୀୟ । ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାଉରକେଲା ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ସାଧାରଣ ଲୋକ ଯିବା ଆସିବା କରୁଥିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଉରକେଲା ସ୍ମାର୍ଟ ସିଟି ଘୋଷଣା ହେବା ପରେ ସହରବାସୀ କଳ୍ପନା କରିଥିଲେ ସହରରେ ସେମାନେ ଭଲ ରାସ୍ତା ପାଇପାରିବେ କିନ୍ତୁ ତାହା ସମ୍ଭବ ହୋଇପାରି ନାହିଁ। ସହରର ମୁଖ୍ୟ ରାସ୍ତାରେ ଡ୍ରେନ ଓ ରାସ୍ତା କାମ ନିର୍ମାଣ ପାଇଁ ରାସ୍ତାକୁ ଖୋଳିଦେଇଥିଲେ ଏବଂ ନର୍ମାଣ କାର୍ଯ୍ୟକୁ ଅଧପନ୍ତରିଆ ଭାବରେ ଛାଡିଦେଇଛନ୍ତି । ଯାହାଫଳରେ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନାହାଁନ୍ତି ।
ବାରମ୍ବାର ରାସ୍ତା ଠିକ କରିବା ପାଇଁ ଦାବି ହେଲେ ମଧ୍ୟ ପ୍ରଶାସନ ଏହା ଉପରେ ଗୁରୁତ୍ବ ଦେଉନଥିବା ଚିନ୍ତାର କାରଣ ହୋଇଛି। କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି ଯାହା ଫଳରେ ଲୋକେ ବହୁତ ହଇରାଣ ହେଉଛନ୍ତି । ଏହା ସହ ସବୁ ସମୟରେ ଦୁର୍ଘଟଣାର ସମ୍ଭାବନା ରହୁଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ