ETV Bharat / city

ଗଣମାଧ୍ୟମ ପାଇଁ ଆଡଭାଇଜାରୀ ଜାରି କଲା ରାଉରକେଲା ପୋଲିସ - କୋରୋନା ଭାଇରସ ଲକ୍ଷଣ

କୋରୋନା ସମ୍ବନ୍ଧୀୟ ପ୍ରସଙ୍ଗରେ ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆରେ ଖବର ପ୍ରସାରଣ ସମୟରେ ସ୍ଥାନ ଏବଂ ବ୍ୟକ୍ତିର ପରିଚୟ ଗୋପନ ରଖିବା ପାଇଁ ରାଉରକେଲା ପୋଲିସ ଆଡଭାଇଜାରୀ ଜାରି କରିଛି ।

rourkela-police-issued-an-advisory-to-the-media
ଗଣମାଧ୍ୟମ ପାଇଁ ଆଡଭାଇଜାରୀ ଜାରିକଲା ରାଉରକେଲା ପୋଲିସ
author img

By

Published : May 5, 2020, 4:53 PM IST

Updated : May 5, 2020, 5:17 PM IST

ରାଉରକେଲା: କଣ୍ଟେନମେଣ୍ଟ ଜୋନ ନିୟମ ଉଲ୍ଲଙ୍ଘନ କରି ପୋଲିସ ବିରୋଧରେ ବାହାରି ଥିବା ଲୋକଙ୍କ କଥା ଶୁଣିବା ପରେ ମିଡିଆକୁ ଏକ ଆଡଭାଇଜରି ଜାରି କରାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ସହିତ ମିଡିଆକୁ କୁହାଯାଇଛି କଣ୍ଟେନମେଣ୍ଟ ଜୋନକୁ ନାଲା ରୋଡ ନଲେଖି ମେନ ରୋଡ ଲେଖାଯାଉ ବୋଲି କହିଛନ୍ତି।

ଗଣମାଧ୍ୟମ ପାଇଁ ଆଡଭାଇଜାରୀ ଜାରି କଲା ରାଉରକେଲା ପୋଲିସ

ପୋଲିସ ଏହିଭଳି ଆଡଭାଇଜରୀ ରାଜ୍ୟ ସରକାରକୁ ଦେବା ଉଚିତ ଥିଲା। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗ କିମ୍ବା ସୂଚନା ତଥା ଲୋକସମ୍ପର୍କ ବିଭାଗ ହିଁ କୋରୋନା ସମ୍ପର୍କରେ ଟ୍ବିଟ କରି ସାଧାରଣ ଲୋକଙ୍କ ପାଇଁ ଯାହା ସୂଚନା ଦେଇଛି ସେଠାରେ ନାଲା ରୋଡ ବୋଲି ସ୍ପଷ୍ଟ ଲେଖା ଯାଉଛି। ମାତ୍ର ଏତିକି ନୁହେଁ ଜିଲ୍ଲା ପ୍ରଶାସନ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳର ନକ୍ସାରେ ଏହାକୁ ନାଳାରୋଡ଼ ଲେଖୁଛି।

ଏହି ପରିପ୍ରେକ୍ଷୀରେ ଗୋଟିଏ ଅଞ୍ଚଳର ନାମ ବଦଳାଇବାର ମିଡିଆର ଅଧିକାର ନାହିଁ ତଥା ସେହି ଅଞ୍ଚଳ ନାମ ବଦଳିବା ପାଇଁ ପୋଲିସ କେଉଁ ଆଧାର ରେ ଆଡଭାଜରି ଦେଉଛି ଏହା ଚର୍ଚ୍ଚାରେ ରହିଛି। କାଲି ପୋଲିସ ବିରୋଧରେ କଣ୍ଟେନମେଣ୍ଟରୁ ଶତାଧିକ ଲୋକ ବାହାରି ଆସିଥିଲେ। ପରିସ୍ଥିତି ସମ୍ଭାଳିବା ପାଇଁ ଡିଆଇଜି ଏସପିଙ୍କୁ ଆସିବାକୁ ପଡିଥିଲା ତଥା ବହୁତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରା ଯାଇଥିଲା ଏବଂ ଏହି ଲୋକଙ୍କ ସମସ୍ୟା ଶୁଣିଥିଲେ । ଏହାପରେଏହି ଆଡଭାଇଜରି ଜାରି କରାଯାଇଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Last Updated : May 5, 2020, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.