ରାଉରକେଲା: ଅବକାରୀ ବିଭାଗର ଗାଡିରେ ଧକ୍କା ଲାଗି ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଉଛନ୍ତି ଶେଖ ଶହାଦତ । ରାଉରକେଲା ଅବକାରୀ ବିଭାଗର ଗାଡି ତାଙ୍କୁ ପଛପଟୁ ଧକ୍କା ମାରିଥିଲା ।
ଆହତ ଯୁବକଙ୍କୁ ବିଭାଗର ଅଫିସର ତଥା ଯବାନ ମାନେ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ । ସୂଚନା ଅନୁସାରେ ଶେଖ ବାଇକ ଯୋଗେ ଯାଉଥିବା ସମୟରେ ଅବକାରୀ ବିଭାଗର ଗାଡି ତାଙ୍କୁ ପଛପଟୁ ଧକ୍କା ମାରିଥିଲା। ସେପଟେ ଅବକାରୀ ବିଭାଗର ଅଧିକାରୀମାନେ ଆହତଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲ ପହଞ୍ଚାଇଥିଲେ । ଚିକିତ୍ସା ପରେ ତାଙ୍କୁ ଘରେ ଛାଡ଼ିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ