ETV Bharat / city

ରାଉରକେଲା ରେଳଷ୍ଟେସନ ପାଇଁ ବଦଳିଲା ପ୍ରବେଶ ପଥ - RPF ପୋଷ୍ଟ ରାସ୍ତା ଦେଇ ଷ୍ଟେସନ ପରିସରକୁ ଯିବାକୁ ପଡିବ

ବଦଳିଛି ରାଉରକେଲା ରେଳଷ୍ଟେସନର ପ୍ରବେଶ ପଥ । ଆରମ୍ଭ ହୋଇଯାଇଛି ଓ୍ବାନ ଓ୍ବେ ବ୍ୟବସ୍ଥା । ସେଠାକୁ ଆସୁଥିବା ଗାଡ଼ି ଗୁଡ଼ିକ ଗୋଟିଏ ପଟେ ପ୍ରବେଶ କରି ଅନ୍ୟ ପଟେ ବାହାରିବେ । ଶନିବାର ଠାରୁ ଲାଗୁ ହୋଇଛି ଏହି ବ୍ୟବସ୍ଥା ।

rkl station one way entry
ରାଉରକେଲା ରେଳ ଷ୍ଟସନ ଠାରେ ପ୍ରବେଶ ପାଇଁ ବଦଳି ଯାଇଛି ରାସ୍ତା।
author img

By

Published : Jan 25, 2020, 6:50 PM IST

ରାଉରକେଲା: ବଦଳିଛି ଇସ୍ପାତ ନଗରୀ ରାଉରକେଲା ରେଳଷ୍ଟେସନର ପ୍ରବେଶ ପଥ। ଆରମ୍ଭ ହୋଇଯାଇଛି ଓ୍ବାନ ଓ୍ବେ ବ୍ୟବସ୍ଥା । ସେଠାରୁ ଆସୁଥିବା ଗାଡ଼ି ଗୋଟିଏ ପଟେ ପ୍ରବେଶ କରି ଅନ୍ୟପଟେ ବାହାରିଯିବେ । ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଦୀର୍ଘ ଦିନ ଧରି ଦ୍ଵନ୍ଦ ଲାଗି ରହିଥିଲା । ଶନିବାର ଠାରୁ ଏହାକୁ ଲାଗୁ କରାଯାଇଛି । ଚକ୍ରଧରପୁରର ଡିଭିଜିନାଲ ରେଲୱେ ମାଜିଷ୍ଟ୍ରେଟ(ଡିଆରଏମ୍) ରାଉରକେଲା ରେଳଷ୍ଟେସନ ନିରୀକ୍ଷଣ କରିବା ପରେ ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

one way entry

ଷ୍ଟେସନରେ ପ୍ରବେଶ କରିବା ପାଇଁ ଆସୁ ଥିବା ଗାଡ଼ିକୁ ରେଳ ସୁରକ୍ଷା ବଳ(ଆରପିଏଫ) ପୋଷ୍ଟ ରାସ୍ତା ଦେଇ ଷ୍ଟେସନ ପରିସରକୁ ଯିବାକୁ ପଡିବ । ଯେଉଁ ରାସ୍ତା ଦେଇ ଗାଡ଼ି ପ୍ରବେଶ କରୁଥିଲା ସେହି ରାସ୍ତା ଦେଇ ଗାଡ଼ି ବାହାରକୁ ଯିବ । ଯାତ୍ରୀଙ୍କୁ ଛାଡ଼ିବା ପାଇଁ ଆସୁ ଥିବା ଗାଡିକୁ 5 ମିନିଟ୍ ସମୟ ଦିଆଯିବ । ଯଦି ଗାଡି ଅଧିକ ସମୟ ରହିବ, ସେମାନଙ୍କ ଠାରୁ ପାର୍କିଂ ଚାର୍ଜ ଆଦାୟ କରାଯିବ । ସେପଟେ, ରେଳ ଷ୍ଟେସନ ଠାରେ ପ୍ରି ପେଡ୍ ଅଟୋ ବ୍ୟବସ୍ଥା ପାଇଁ କ୍ୟାବିନ୍ ଲଗାଯାଇଛି । ହେଲେ, ଏହାର ପରିଚାଳନାକୁ ନେଇ ନୀତି ନିର୍ଧାରଣ ହୋଇ ନଥିବାରୁ ଏହାକୁ ଅନିଶ୍ଚିତତା ଲାଗି ରହିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉଲକେଲା_ ଆଜି ଠାରୁ ରାଉରକେଲା ରେଳ ଷ୍ଟସନଠାରେ ପ୍ରବେଶ ପାଇଁ ରାସ୍ତା ବଦଳି ଯାଇଛି।ଗାଡ଼ି ଗୁଡ଼ିକ ଗୋଟିଏ ପଟେ ପ୍ରବେଶ କରିବେ ତଥା ଅନ୍ୟ ପଟେ ବାହାରିବେ।ବହୁତ୍ ଦିନ ଧରି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ନେଇ ଦ୍ଵନ୍ଦ ଲାଗି ରହି ଥିଲା କିନ୍ତୁ ଦୁଇ ଦିନ ତଳେ Chakradharpur ର DRM ଷ୍ଟେସନ ନିରୀକ୍ଷଣ କରିବା ପରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ।Body:ଏଣିକି ଷ୍ଟେସନ ରେ ପ୍ରବେଶ କରିବା ପାଇଁ ଆସୁ ଥିବା ଗାଡ଼ି ଗୁଡ଼ିକୁ RPF ପୋଷ୍ଟ ରାସ୍ତା ଦେଇ ଷ୍ଟେସନ ପରିସର କୁ ଯିବାକୁ ପଡିବ ତଥା ଆଃ ଯେଉ ରାସ୍ତା ଦେଇ ଗାଡ଼ି ପ୍ରବେଶ କରୁ ଥିଲେ ସେହି ରାସ୍ତା ଦେଇ ଗାଡ଼ି ବାହାରକୁ ଯିବେ। ଯାତ୍ରୀଙ୍କୁ ଛାଡ଼ିବା ପାଇଁ ଆସୁ ଥିବା ଗଡ଼ିଙ୍କୁ 5 ମିନିଟ୍ ସମୟ ଦିଆ ଯିବ ତଥା ଅଧିକ ସମୟ ଲାଗିଲେ ସେମାନଙ୍କ ଠାରୁ ପାର୍କିଂ ଚାର୍ଜ ନିଆ ଯିବ।Conclusion:ଏଠାରେ ବହୁତ୍ ଦିନ ଧରି ପ୍ରେ ପେଡ୍ ଅଟୋ ବ୍ୟବସ୍ଥା ପାଇଁ କେବିନ୍ ଲାଗି ଯାଇଛି କିନ୍ତୁ ଏହାର ପରିଚାଳନା କୁ ନେଇ ନୀତି ନିର୍ଧାରଣ ହୋଇ ନ ହୋଇ ପାରିବା ଯୋଗୁ ଅନିଶ୍ଚିତତା ଲାଗି ରହିଛି ତଥା କେବେ ଠାରୁ ଆରମ୍ଭ ହେବ ତା ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.