ରାଉରକେଲା: ଝାରଖଣ୍ଡ ଓଡିଶା ସୀମାନ୍ତ plfi ଜୋନାଲ କମାଣ୍ଡର ସଚିତ ସିଂକୁ ଝାରଖଣ୍ଡର ସୀମାଡେଗା ପୋଲିସ ରେଗୁଲାର insas ରାଇଫଲ ସହିତ ଗିରଫ କରିବାରେ ସଫଳ ହୋଇଛି । ତାର ଜଣେ ସହଯୋଗୀ ଜୋନ ସୁରିନକୁ ମଧ୍ୟ ଗିରଫ କରାଯାଇଛି ।
10 ବର୍ଷ ଧରି ସଚିତ ସିଂ ଓଡିଶା ଝାରଖଣ୍ଡର ବିଭିନ୍ନ ଅପରାଧରେ ଜଡିତ ରହି ଥିଲା । ଜଲଦେଗାର ଏକ ଜଙ୍ଗଲରେ ବୁଧବାର ପୋଲିସ ଟିମ ଗୁଳିବିନିମୟ ପରେ ତାକୁ ଧରିବାରେ ସଫଳ ହୋଇଛି । ଝାରଖଣ୍ଡ ପୋଲିସ ଓଡିଶା ପୋଲିସକୁ ସୂଚନା ଦେଇଛି । ଝାରଖଣ୍ଡରେ ସଚିତର ମୁଣ୍ଡ ଉପରେ 2 ଲକ୍ଷ ଟଙ୍କାର ପୁରସ୍କାର ଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ