ETV Bharat / city

ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ହୋ ହାଲ୍ଲା ସହିତ ବିକ୍ଷୋଭ - ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ହୋ ହାଲ୍ଲା ସହିତ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....

Patient death allegations over medical negligence, protests at the hospital
ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ହୋ ହାଲ୍ଲା ସହିତ ବିକ୍ଷୋଭ
author img

By

Published : Jun 29, 2020, 2:19 PM IST

ରାଉରକେଲା : ଚିକିତ୍ସା ଅବହେଳା ନେଇ ରୋଗୀଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋ ହାଲ୍ଲା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ବିକ୍ଷୋଭ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ଡ଼ିଏସପିଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ମେଡିକାଲ ପରିସରରେ ମୁତୟନ କରାଯାଇଛି ।

ଚିକିତ୍ସା ଅବହେଳାକୁ ନେଇ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ହୋ ହାଲ୍ଲା ସହିତ ବିକ୍ଷୋଭ

ସୂଚନାଯୋଗ୍ୟ ଯେ ରବିବାର ଦିନ ମାଲଗୋଦାମ ଅଞ୍ଚଳରେ ଜଣେ ଯୁବକ ହରିଶ କାଣ୍ଟିଆଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । କାର୍ଯ୍ୟାନୁଷ୍ଠାନ ନହେବାରୁ ସୋମବାର ମେଡିକାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.