ETV Bharat / city

ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ରାଉରକେଲା ସ୍ଥିତ ମଧୁସୂଦନ ପାଲିରେ ଜଣେ 45 ବର୍ଷୀୟ ବିବାହିତ ବ୍ୟକ୍ତି ଜଣେ 10 ବର୍ଷର ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଇ ଦୁଷ୍କମ କରିଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ....

minor rape
ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗଗିରଫ
author img

By

Published : Apr 20, 2020, 8:34 AM IST

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ 45 ବର୍ଷୀୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

minor rape
ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗଗିରଫ

ସୂଚନାମୁତାବକ, ରାଉରକେଲାର ମଧୁସୂଦନ ପାଲିରେ ଜଣେ 45 ବର୍ଷୀୟ ବିବାହିତ ବ୍ୟକ୍ତି ଘର ଭଡା ନେଇ ରହୁଥିଲେ । ତାଙ୍କ ପରିବାର ଗାଁରେ ଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ଘର ପାଖରେ ରହୁଥିବା ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ଏ ବାବଦରେ କହିବାପରେ ପରିବାର ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ ରବିବାର ସନ୍ଧ୍ୟାରେ ଏତଲା ଦିଆଯାଇଥିଲା ।

ପୋଲିସ ସୋମବାର ସକାଳେ ଅଭିଯୁକ୍ତକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଆଇପିସି ଧାରା 376, 6 ପୋକ୍ସୋ ଆକ୍ଟ ରେ ମାମଲା ଦାୟର ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.