ETV Bharat / city

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମା’କୁ ପୋଡି ମାରିଦେଲେ ଶ୍ବଶୁର ଘର ! - one lady killed in raourkela

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମହିଳାଙ୍କୁ ଶାଶୁଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ....

one lady killed in raourkela
କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଗଲା ମାର ଜୀବନ
author img

By

Published : Feb 11, 2020, 5:55 PM IST

ରାଉରକେଲା: କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଚାଲିଗଲା ମା’ର ଜୀବନ। କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମହିଳାଙ୍କୁ ଶାଶୁଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ବନ୍ଧମୁଣ୍ଡା ପୋଲିସ ସ୍ବାମୀଙ୍କ ସହିତ 4 ଜଣଙ୍କୁ ଗିରଫ କରିଛି।

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଗଲା ମାର ଜୀବନ

ସୂଚନା ଅନୁସାରେ, ଗୋପବନ୍ଧୁପଲ୍ଲୀ ବାସିନ୍ଦା ଶିବ ପ୍ରସାଦ ସୋନକରଙ୍କ ଝିଅ ରାଧାଙ୍କ କୋଇଲା ଗେଟ ବାସିନ୍ଦା ବିନୋଦ ସିଂଙ୍କ ସହ ବିବାହ ହୋଇଥିଲା । ବିବାହର କିଛି ବର୍ଷ ପରେ, ରାଧାଙ୍କ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଦ୍ଵିତୀୟ ଝିଅଟି ଜନ୍ମ ହୋଇଥିଲା। ରାଧା ତୃତୀୟ ସନ୍ତାନ ପାଇଁ 5 ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଭୃ୍ଣ ପରୀକ୍ଷା କରିଥିଲେ ଶ୍ୱଶୁର ଘର ଲୋକେ । ଯାହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ।

ତୃତୀୟଟି କନ୍ୟା ସନ୍ତାନ ଥିବା ଜାଣି ଶ୍ବଶୂର ଘର ତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ

Intro:ରାଉରକେଲା- କନ୍ୟା ସନ୍ତାନ କୁ ମହିଳା ଜନ୍ମ ଦେବ ବୋଲି ତାର ଶଶୁର ଘର ଲୋକ ତାକୁ ପୋଡି ହତ୍ୟା କରିଛନ୍ତି।ଅଭିଯୋଗ ପରେ ବନ୍ଧମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ମହିଳା ର ସ୍ୱାମୀ ସହିତ ଶଶୁର ଘର ର 4 ଜଣଙ୍କୁ ଗିରଫ କରିଥିବା ଜଣ ପଡିଛି। ଏହି ଅମାନବୀୟ ଘଟଣା ଦ୍ୱାରା ସ୍ପଷ୍ଟ ହେଉଛି କି ଭୃଣ ପରୀକ୍ଷଣ କାରବାର ଚାଲିଥିବା ଯୋଗୁ ଶଶୁର ଘର ଲୋକ ଜାଣି ପାରିଲେ କି ପେଟ ରେ କନ୍ୟା ସନ୍ତାନ ଅଛି। କେଉଁ ଡାକ୍ତର ଏହା ସୂଚନା ଦେଇ ଥିଲା ଏହା ତଦନ୍ତ ସାପେକ୍ଷ।

Body:ଗୋପବନ୍ଧୁପଲ୍ଲୀ ବାସିନ୍ଦା ଶିବ ପ୍ରସାଦ ସୋନକର ଙ୍କ ଝିଅ ରାଧା କୁମାରୀ ର ବିବାହ କୋଇଲା ଗେଟ ବାସିନ୍ଦା ବିନୋଦ ସିଂ ସହିତ ହୋଇ ଥିଲା। ପ୍ରଥମ ଝିଅ ଜନ୍ମ ନେବା ପରେ ତାର ମୃତ୍ୟୁ ହୋଇ ଥିଲା। ଦ୍ଵିତୀୟ ଝିଅ ଟି ଜନ୍ମ ଗ୍ରହଣ କରିଥିଲା। ଏବେ ରେ 5 ମାସ ର ଗର୍ଭବତିବିଥିବା ବେଳେ ଶଶୁର ଘର ଲୋକ ଜାଣି ପାରି ଥିଲେ କି ତା ପେଟ ରେ କନ୍ୟା ରହିଛି। ସେହି ପାଇଁ ରାଧା ନିଜ ଘର ଲୋକଙ୍କୁ ସୂଚନା ଆଗରୁ ଦେଇ ଥିଲା କି ତା ପେଟ ରେ କନ୍ୟା ସନ୍ତାନ ଅଛି ସେହି ପାଇଁ ତା ଶଶୁର ଘର ଲୋକ ତାକୁ ପୋଡି ମାରି ଦେବା ପାଇଁ ଉଦ୍ୟମ କରିବେ ତଥା ସତକୁ ସତ ତାକୁ ପୋଡି ଦେଲେ।

Conclusion:ରାଉରକେଲା ସରକାରୀ ହସ୍ପିଟାଲରେ ମୃତ୍ୟ ସହିତ ସଂଘର୍ଷ ପରେ ସେ ମୃତ୍ୟୁବରଣ କରିଥିଲେ। ଆଜି ମାଜିଷ୍ଟ୍ରେଟ ଉପସ୍ଥିତି ରେ ପୋଲିସ ଶବ କୁ ଜପତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।
ବାଇଟ-ପ୍ରମିଳା ଦାଶ, ସ୍ବେଛାସେବୀ
ବାଇଟ-ଶିବ ପ୍ରସାଦ ସୋନକର, ମୃତକ ର ବାପା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.