ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଆଜି(ବୁଧବାର) ଜମାଲ ଗାଁଠାରେ ଏକ ବୈଠକ କରି ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟା ତଥା ସମସ୍ୟାର ସମାଧାନ ପାଇଁ ଆଶ୍ବସନା ଦେଇଥିଲା । ଉତ୍ତରାଞ୍ଚଳ ଆୟୁକ୍ତ ନିରଞ୍ଜନ ସାହୁ, ଜିଲ୍ଲାପାଳ ପବନ କଲ୍ୟାଣ, ବ୍ଲକ ଅଧ୍ୟକ୍ଷା ମେନକା ଓରାମଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ବୈଠକରେ ଭାଗ ନେଇଥିଲେ ।
ସୀମାନ୍ତରେ ଥିବା ଏହି ଗାଁର ସ୍କୁଲରେ ବୈଠକର ଆୟୋଜନ କରାଯାଇଥିଲା । ପାଣି ସମସ୍ୟା ସହିତ ରାସ୍ତା, ପାନୀୟ ଜଳ, ସ୍କୁଲର ବିକାଶ, ଧାନର ଅଭାବ ବିକ୍ରି, ମେଡିକାଲରେ ଡାକ୍ତରନିଯୁକ୍ତି ପ୍ରସଙ୍ଗ ଉଠିଥିଲା ।
ସ୍ଥାନୀୟ ସମସ୍ୟା ଉପରେ ସୋମନାଥ ରାହା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମହତୋ ମଧ୍ୟ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଥିଲେ । ମାଓ ପ୍ରବଣ ଏହି ଗାଁରେ ଲୋକଙ୍କ ସମସ୍ୟା ସହିତ ଅବଗତ ହେବା ପରେ ପ୍ରଶାସନ ସବୁ ସମସ୍ୟାର ସମାଧାନ ପାଇଁ ଆଶ୍ବସନା ଦେଇଥିଲା । ତେବେ ଦେଖିବାକୁ ବାକି ରହିଲା ବର୍ଷ ବର୍ଷ ଧରି ଝାଡଖଣ୍ଡ ସୀମାନ୍ତରେ ଥିବା ଓଡିଶାର ଗାଁ ଗୁଡିକ ସମସ୍ୟାର ସମାଧାନ କେବେ ହେଉଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ