ରାଉରକେଲା: ଅନୁଷ୍ଠିତ ହୋଇ ଯାଇଛି ରାଉରକେଲା ଏନ୍ଆଇଟିର 17ତମ ସମାଵର୍ତ୍ତନ ଉତ୍ସବ। ଏନ୍ଏଏସି (NAAC)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବିରେନ୍ଦ୍ର ସିଂ ଚୌହାନ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଏନ୍ଆଇଟିର ଉଜ୍ଜ୍ବଳ ଭବିଷ୍ୟ କାମନା କରିଥିଲେ।
କଲେଜର ଛାତ୍ରଛାତ୍ରୀ ଡ଼ିଗ୍ରୀ ନେବା ପାଇଁ ଓଡିଶାର ପାରମ୍ପରିକ ବସ୍ତ୍ରରେ ଆସିଥିଲେ। ଡିଗ୍ରୀ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଆଗକୁ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା। ଏନ୍ଆଇଟି ରାଉରକେଲା ଭଳି ସଂସ୍ଥାନରୁ ପାଠ ପଢି ନିଜକୁ ଗୌରାନ୍ବିତ ବୋଲି କହିଥିଲେ ସେମାନେ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ