ETV Bharat / city

ଏନଏଚ 215/520 ଶୋଚନୀୟ, ମରାମତି ଦାବିରେ ସିପିଆଇଏମର ଆନ୍ଦୋଳନ

ଜାତୀୟ ରାଜପଥ 215/520 ନଂ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ମରାମତି ପାଇଁ ଦାବିରେ ସିପିଆଇଏମ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Aug 29, 2020, 11:45 PM IST

ଏନଏଚ 215/520 ଶୋଚନୀୟ, ମରାମତି ଦାବିରେ ସିପିଆଇଏମର ଆନ୍ଦୋଳନ
ଏନଏଚ 215/520 ଶୋଚନୀୟ, ମରାମତି ଦାବିରେ ସିପିଆଇଏମର ଆନ୍ଦୋଳନ

ରାଉରକେଲା: ଜାତୀୟ ରାଜପଥର ମରାମତି ପାଇଁ ସିପିଆଇଏମ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଜାତୀୟ ରାଜପଥ 215/520 ନଂ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ।

ସୁନ୍ଦରଗଡର ଜିଲ୍ଲାର କୋଇଡା ଏକ ଖଣି ଅଞ୍ଚଳ ହୋଇଥିବାବେଳେ ସରକାର ସବୁଠାରୁ ଅଧିକ ରାଜସ୍ବ ଏହି ଅଞ୍ଚଳରୁ ପାଉଛନ୍ତି । ଏଠାକାର ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ମିଳିପାରୁନାହିଁ । ଜାତୀୟ ରାଜପଥ 215 /520 କୁ ଠିକ କରିବା ପାଇଁ କୌଣସି ଉଦ୍ୟମ କରାଯାଉନାହିଁ । ବାହାର ଠିକାଦାରକୁ ଆଣି ଲୋକଙ୍କୁ ଚାକରିରୁ ହଟାଇ ମେସିନ ଦ୍ବାରା କାମ କରିବା ଉଦ୍ୟମକୁ ପ୍ରତିବାଦ କରାଯାଇଛି । କୋଇଡା ଖଣି ଅଞ୍ଚଳ ହୋଇ ଥିବାରୁ ମାଲବାହୀ ଟ୍ରକ,ଟ୍ରେଲର ବହୁତ ସଂଖ୍ୟାରେ ଯିବା ଆସିବା କରୁଛନ୍ତି । ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ଏହି ଦାବିକୁ ନେଇ ବିମଲଗଡ, ଜମଦିହ, ଗୋପନା, କଲତା, କୋଇଡା,ରକ୍ସଇ ସହିତ ବିଭିନ୍ନ ଅଞ୍ଚଳରେ ସିପିଆଇଏମ କର୍ମୀ ମାନେ ରାଜରାସ୍ତାକୁ ଆସିଥିଲେ ।

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ସରକାର ଏହି ଅଞ୍ଚଳରେ ଲୋକଙ୍କ ଦାବି ପୂରଣ ନ କଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ । ଆଉ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି । ଜାତୀୟ ରାଜପଥ ନିର୍ମାଣକୁ ନେଇ ବାରମ୍ବାର ଆନ୍ଦୋଳନ ହେଉଛି ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇପାରୁନାହିଁ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.