ରାଉରକେଲା: ରେଳ ଷ୍ଟେସନ ଯାଏଁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରେଳ ପ୍ରଶାସନ, ଜିଲ୍ଲା ପ୍ରଶାସନ , ରେଳ ପୋଲିସ ତରଫରୁ ସବୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ମାତ୍ର ଏତିକି ନୁହେଁ ପ୍ରିପେଡ ଅଟୋ ସେବା ଆରମ୍ଭ କରିବା ପାଇଁ କ୍ୟାବିନ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଶାସନ ତଥା ପୋଲିସ ମଧ୍ୟ ଏହାର ସଞ୍ଚାଳନକୁ ନେଇ କିଛି ନିଷ୍ପତି ନ ନେଇ ପାରିବାରୁ ବିନା କାରଣରେ ବିଳମ୍ବ ହେଉଛି।
ରାଉରକେଲା ରେଳ ଷ୍ଟେସନରେ ପ୍ରବେଶ କରିବା ପାଇଁ ଏଣିକି RPF ରାସ୍ତାରେ ପ୍ରବେଶ କରିବାକୁ ପଡିବ। ଏହାର ବୋର୍ଡ଼ ଲାଗି ସାରିଥିବା ବେଳେ ଗେଟ ପ୍ରସ୍ତୁତ କରାଯାଇଛି। କେବଳ ତାରିଖ ଘୋଷଣା କରାଯାଇନାହିଁ। 5 ମିନିଟ ପର୍ଯ୍ୟନ୍ତ ପାର୍କିଂ ଫି ଚାର୍ଜ ଲାଗିବ ନାହିଁ । ପାର୍କିଂ ପାଇଁ ମଧ୍ୟ RPF ପୋଷ୍ଟ ରାସ୍ତା ଦେଇ ଯିବାକୁ ପଡ଼ିବ ତଥା ଗାଡି ଅନ୍ୟ ରାସ୍ତା ଦେଇ ବାହାରିବ।
ସବୁ ପ୍ରସ୍ତୁତି ସରିଥିବା ବେଳେ ପ୍ରଶାସନିକ ସ୍ତରରେ ନୂଆ ବ୍ୟବସ୍ଥା କେବେ ଲାଗୁ ହେବ ତା ଉପରେ ସମସ୍ତଙ୍କ ନଜର।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ