ETV Bharat / city

ବାତିଲ କର ଜିଲ୍ଲାପାଳଙ୍କ ବଦଳି - ରାଉରକେଲା

ସୁନ୍ଦରଗଡର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ବଦଳି ବାତିଲ କରିବା ପାଇଁ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅନୁରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ।

ଜାତୀୟ ଅନୁସୂଚିତ ଜାତି ଓ  ଜନଜାତି  ଆୟୋଗଙ୍କ ଚିଠି
author img

By

Published : Feb 21, 2019, 8:49 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳଙ୍କ ବଦଳିକୁ ବାତିଲ କରିବାକୁ ଅନୁରୋଧ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ।

ସୁନ୍ଦରଗଡର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ବଦଳି ବାତିଲ କରିବା ପାଇଁ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅନୁରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ନିର୍ବାଚନ ପୂର୍ଵରୁ ରାଜ୍ୟ ସରକାର ସୁରେନ୍ଦ୍ର ମିନାଙ୍କୁ ତାଙ୍କ ପଦବୀରୁ ବଦଳି କରି ରାଉରକେଲା ମହାନଗର ନିଗମର କମିଶନର ରଶ୍ମିତା ପଣ୍ଡାଙ୍କୁ ନୂଆ ଜିଲ୍ଲାପାଳ ପଦରେ ଅବସ୍ଥାପିତ କରିଛନ୍ତି।

ଆୟୋଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଲେଖା ଯାଇଥିବା ଏହି ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଆୟୋଗ ଆଦିବାସୀଙ୍କ ବିସ୍ଥାପନ, ଜମି, ଚାକରି ତଥା ଅନ୍ୟ ବିଷୟକୁ ନେଇ ତଦନ୍ତ କରୁଛି । ଜିଲ୍ଲାପାଳ ଭାବରେ ସୁରେନ୍ଦ୍ର କୁମାର ମିନା ସକାରାତ୍ମକ ହୋଇ ଆୟୋଗକୁ ସହଯୋଗ କରୁଥିଲେ । ତେଣୁ ତାଙ୍କୁ ବଦଳି କରାଗଲେ ଆଦିବାସୀଙ୍କ ହକ ପାଇଁ ହେଉଥିବା କାର୍ଯ୍ୟ ପ୍ରଭାବିତ ହେବ ବୋଲି କହିଛି ଜନଜାତି ଆୟୋଗ ।

ନିର୍ବାଚନ ପୂର୍ଵରୁ ରାଜନୈତିକ ଭାବେ ବଦଳି ହେଉଥିବା କ୍ରମରେ ରାଜ୍ୟ ସରକାର ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗର ଚିଠିକୁ କେତେ ଗୁରୁତ୍ୱ ଦେଉଛି ତା ଉପରେ ସମସ୍ତଙ୍କ ନଜର ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

୬ ଦଫା ଦାବି ନେଇ ଆନ୍ଦୋଳନ କରିବ  ଓଡ଼ିଶା ପୋଲିସ ସଂଘ

କଟକ: ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପୋଲିସ ସଂଘ । ଏ ନେଇ କଟକ ସଂଘ ମୁଖ୍ୟାଳୟରେ ଆଜି ଘୋଷଣା କରାଯାଇଛି । ଦାବି ପୁରଣ ନହେଲେ ରାଜ୍ୟର ୬୭୦୦ ଜଣ ପୋଲିସ କର୍ମଚାରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍‌ ପରିଧାନ କରିବେ । ୧୦ ତାରିଖରେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ସୂଚନା ଦେଇଛି ।

ମୁଖ୍ୟତଃ ପୋଲିସ୍‌ କର୍ମଚାରୀମାନଙ୍କ ବେତନ ବୃଦ୍ଧି କରିବା, ପ୍ରମୋସନ କରିବା ଭଳି ୬ ଟି ଦଫା ଦାବି ରହିଛି । ଦୀର୍ଘ ଦିନ ହେଲା ଦାବି ଗୁଡ଼ିକ ପୁରଣ କରିବା ପାଇଁ ସଂଘ ତରଫରୁ ସରକାରଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା । ହେଲେ ସରକାର ପ୍ରତିଶୃତି ଦେଇ ସମାଧାନ କଲେ ନାହିଁ ।

ଯାହାଫଳରେ ପୋଲିସ ନିଜର କର୍ତ୍ତବ୍ୟରୁ ଓହରି ନାହାନ୍ତି । ଆସନ୍ତା ୫ ତାରିଖରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ସରକାରଙ୍କ ସହ ଆଲୋଚନା କରିବ ସଂଘ ।

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.