ETV Bharat / city

କଳା ପ୍ରିୟ ନେତା, କୱାଲି ଆସରରେ ଉଡାଇଲେ ପୁଳାପୁଳା ଟଙ୍କା - BJD

ସୁଫି ଓ କୱାଲି ପରିବେଷଣ ସମୟରେ ଗାୟକଙ୍କ ଉପରେ ବଣ୍ଡଲ୍‌ ବଣ୍ଡଲ୍‌ ଟଙ୍କା ଉଡାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା
author img

By

Published : Apr 3, 2019, 3:06 PM IST

ରାଉରକେଲା: ଆମ ନେତାଏ ଭାରି ରଙ୍ଗୀନ ମିଜାଜର ଆଉ ଦାନୀ ସ୍ବଭାବର । କେବେ ନୃତ୍ୟସଙ୍ଗୀତରେ ମସଗୁଲ୍‌ ହୁଅନ୍ତି ତ କେବେ ଭୋଟରଙ୍କ ମନ କିଣିବା ପାଇଁ ନିର୍ଧୁମ ନାଚନ୍ତି । ନିର୍ବାଚନୀ ଋତୁରେ ଫୋକସ୍‌ରେ ରହିବା ପାଇଁ ବିଭିନ୍ନ ବେଶ ଧାରଣ କରନ୍ତି ନେତାଏ । ଏମିତି କିଛି ଦୃଶ୍ୟ ଆସିଛି ରାଉରକେଲାରୁ । ସୁଫି ଓ କୱାଲି ପରିବେଷଣ ସମୟରେ ଗାୟକଙ୍କ ଉପରେ ବଣ୍ଡଲ୍‌ ବଣ୍ଡଲ୍‌ ଟଙ୍କା ଉଡାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ।

ଟିକେଟ ପାଇଥିବାରୁ ପ୍ରବଳ ଖୁସ୍‌ ଥିଲେ ନେତାଜୀ । ସୁଫି କୱାଲି ପରିବେଷଣ ସମୟରେ ଗାୟକଙ୍କ ଉପରେ ମନଭରି ଟଙ୍କା ଉଡାଇବା ସହ ନିଜେ ପିନ୍ଧିଥିବା ଫୁଲମାଳ ପିନ୍ଧାଇଥିଲେ ଗାୟକଙ୍କୁ । ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସହରର ଟାଣୁଆ ନେତା ତଥା ପୂର୍ବତନ ନଗରପାଳ ନରେନ୍ଦ୍ର ତ୍ରିପାଠୀ ସହିତ ଆସିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

କାର୍ଯ୍ୟକ୍ରମକୁ ନିଜ ସମର୍ଥକଙ୍କ ଆସିଥିଲେ ସାରଦା । ସେଠାରେ ସାରଦାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମାତ୍ର ଆସୁଆସୁ ଗାୟକଙ୍କୁ ପୁରସ୍କାର ବର୍ଷା କରିବା କଳାକୁ ସମ୍ମାନ ନା ନିର୍ବାଚନ ଫଣ୍ଡା ରାଉରକେଲାବାସୀଙ୍କ ମନରେ ପ୍ରଶ୍ମ ଉଙ୍କିମାରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ, ମିଶ୍ର, ଇଟିଭି ଭାରତ

ଅଭିଶପ୍ତ ଅର୍ଥ ବିଭାଗ, ଶଶୀଙ୍କ ସମର୍ଥନରେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର () ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଜେଡିର ଟିକଟ ତାଲିକାରୁ ବାଦ୍‍ ପଡିବାପରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଏହି ପଦବୀଟି ଯେ ଅଭିଶପ୍ତ ତାହାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ସ୍ଥାନରେ ଜୟଦେବ ବିଧାନସଭା ଆସନପାଇଁ ଟିକଟ ପାଇଛନ୍ତି ପୂର୍ବତନ ବିଧାୟକ ଅରବିନ୍ଦ ଢାଲି । ସେ ଆଜି ନବୀନ ନିବାସରୁ ଦଳୀୟ ଟିକେଟ ମଧ୍ୟ ନେଇଛନ୍ତି । ସେପଟେ ଶଶୀଙ୍କୁ ପ୍ରାର୍ଥୀ କରାନଯିବା ନେଇ ଜୟଦେବ ନିର୍ବାଚନମଣ୍ଡଳୀରେ ତାଙ୍କ ସମର୍ଥକମାନେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ପୂର୍ବରୁ ବିଜେଡି ସରକାରରେ ଅର୍ଥମନ୍ତ୍ରୀ ଥିବା ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ ଘଡାଇ, ପଞ୍ଚାନନ କାନୁନ୍‍ଗୋ ଏବେ ବିଜେଡି ରାଜନୀତିରୁ ଦୂରରେ । ରାମକୃଷ୍ଣ ପଟ୍ଟନାୟକ ବିଜେଡିରୁ କଂଗ୍ରେସ ବାଟଦେଇ ବିଜେପିରେ ଥିବାବେଳେ ପଂଚାନନ କାନୁନ୍‍ଗୋ ନିକଟରେ କଂଗ୍ରେସରେ ଯୋଗ ଦେଇଛନ୍ତି । ସେହିଭଳି ପ୍ରଫୁଲ ଘଡାଇ ବିଜେଡିରୁ ବହିଷ୍କୃତ ହେବାପରେ ଏବେ ଅଳ୍ପଦିନ ତଳେ ଦଳକୁ ଫେରିଛନ୍ତି ।

ଉଲ୍ଲେଖନୀୟ ଯେ ଶଶୀଭୂଷଣ ରାଜ୍ୟସଭା ସାଂସଦ ଥିବାବେଳେ ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ରାଜ୍ୟସଭାରୁ ଆଣି ଜୟଦେବ ନିର୍ବାଚନ ମଣ୍ଡଳୀରୁ ଲଢାଇଥିଲା । ଏଠାରୁ ଜତିବା ସହ ରାଜ୍ୟ ଅର୍ଥମନ୍ତ୍ରୀ ସହିତ ଅବକାରୀ, କୃଷି ଓ କୃଷକ କଲ୍ୟାଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ସମ୍ଭାଳୁଛନ୍ତି । ମନ୍ତ୍ରୀମଣ୍ଡଳରେ ତାଙ୍କୁ ଦ୍ବିତୀୟ କ୍ଷମତାଶାଳୀ ମନ୍ତ୍ରୀ ବୋଲି କୁହାଯାଉଥିଲା । କିନ୍ତୁ ତାଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକମାନେ ନବୀନଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି । ଶଶୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାନଗଲେ ଅରବିନ୍ଦି ଢାଲିଙ୍କୁ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ତେବେ ଢାଲି 2009ରେ ଏହି ଆସନରୁ ଥରେ ଜିତିଥିଲେ । ତେଣୁ ଏଥର ମଧ୍ୟ ସେ ନିଜର ଜିତାପଟ ନେଇ ଆଶାବାଦୀ ।

ବାଇଟ – ଶଶୀଭୂଷଣଙ୍କ ସମର୍ଥକ

ବାଇଟ – ଅରବିନ୍ଦ ଢାଲି, ବିଜେଡି ପ୍ରାର୍ଥୀ

Visual and Bytes sent in LiveU- Jayadeb

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.