ରାଉରକେଲା: ଖାକିରେ ଦାଗ । ଅବକାରୀ ବିଭାଗ ଏଏସଆଇଙ୍କ ନାମରେ ଅସଦାଚରଣ ଅଭିଯୋଗ । ରାଉରକେଲା ଅବକାରୀ ବିଭାଗର ଜଣେ ମହିଳା କନେଷ୍ଟବଳ ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ମହିଳା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏଏସଆଇ ସୂର୍ଯ୍ୟ ନାରାୟଣ ରଥ ପ୍ରାୟ 5 ମାସ ହେବ ମହିଳା କନେଷ୍ଟବଳଙ୍କ ସହ ଅସଦାଚରଣ କରିଆସୁଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ତେଣୁ ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଥିବା କହିଛନ୍ତି ପୀଡିତା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ