ETV Bharat / city

ପ୍ରତୀକ୍ଷାର ହେବ ଅନ୍ତ, ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ

ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ । ଅନାଇ ବସିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ପ୍ରତୀକ୍ଷାର ହେବ ଅନ୍ତ, ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ
ପ୍ରତୀକ୍ଷାର ହେବ ଅନ୍ତ, ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ
author img

By

Published : Jun 6, 2020, 5:40 PM IST

Updated : Jun 6, 2020, 8:38 PM IST

ରାଉରକେଲା : ଦୀର୍ଘ ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣରେ । ମଙ୍ଗୁଳା ସିଂଙ୍କ ଝିଅ ଗତ ବର୍ଷ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ଥିଲେ ମଧ୍ୟ ଝିଅର ପତ୍ତା ପାଇନଥିଲେ ।

ପ୍ରତୀକ୍ଷାର ହେବ ଅନ୍ତ, ବର୍ଷେ ପରେ ଘରକୁ ଫେରିବ ନିଖୋଜ ଝିଅ

ହେଲେ ଗତ କିଛି ଦିନ ପୂର୍ବେ ଘର ଲୋକେ ଝିଅର ମୃତ୍ୟୁ ଖବର ପାଇଥିଲେ । ଏପରିକି ଅନ୍ତିମ ସଂସ୍କାର ପାଇଁ ମଧ୍ୟ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗାଁରେ ପହଞ୍ଚି ଥିଲା ପୋଲିସ । ନାବାଳିକା ଜୀବିତ ଥିବା ସହ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ହେପାଜତରେ ଥିବା ପରିବାର ଲୋକଙ୍କୁ ପୋଲିସ ସୂଚନା ଦେଇଥିଲା । ତେବେ, ଗୁରୁବାର ଦିନ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉଦ୍ଧାର କରିବା ସହ ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଖବର ଦେଇଥିଲେ । ତେବେ, ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jun 6, 2020, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.