ETV Bharat / city

ବୀରମିତ୍ରପୁରରେ କଙ୍ଗାରୁ କୋର୍ଟ: ପିଲାଚୋର ସନ୍ଦେହରେ ଯୁବକଙ୍କୁ ମାଡ

ରାଉରକେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକେ ।

author img

By

Published : Oct 1, 2019, 9:13 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବୀରମିତ୍ରପୁର ଥାନା ଅନ୍ତର୍ଗତ କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ଅଭାବନୀୟ ଘଟଣା । ଜଣେ ନିରୀହକୁ ମାଡ ମାରିଲେ ଗାଁ ଲୋକେ । ଜଣେ ଯୁବକକୁ ପିଲା ଚୋର ଭାବି ନିସ୍ତୁକ ମାଡ ମାରିବା ପରେ ପୋଲିସରେ ଜିମା ଦେଲେ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁସାରେ ଜଣେ ଅଜଣା ଯୁବକ ବୁଲୁ ବୁଲୁ ଚଟକଟୋଳା ଗାଁ ଭିତରକୁ ପଶି ଆସିଥିଲା । ଗାଁ ଲୋକେ ତାକୁ ଦେଖି ପିଲାଚୋର ଭାବି ନିର୍ଦ୍ଧୁମ ପିଟିଥିଲେ । ପରେ ତାକୁ ପୋଲିସ ହାତରେ ହସ୍ତାନ୍ତର କଲେ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ବିଭିନ୍ନ ଗାଁରେ ଏଭଳି ଘଟଣା ବାରମ୍ବାର ହେଉଥିବା ସତ୍ତ୍ବେ ପୋଲିସ କିମ୍ବା ପ୍ରଶାସନ ସଚେତନତା ପାଇଁ କୌଣସି ପଦକ୍ଷେପ ଉଠାଉନାହିଁ । ଫଳରେ ଏଭଳି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିରମିତ୍ରପୁର ଥାନା ର କୁଆରମୁଣ୍ଡା ଫାଣ୍ଡି ର କଚାରୁ ପଂଚାୟତ ର ଚଟକଟୋଳା ରେ ଛୁଆ ଚୋର ଭାବି ଜଣେଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ।Body:ମାଡ଼ ମାରିବା ପରେ ତାକୁ ପୋଲିସ କୁ ଦେଇ ଥିଲେ।
ଏହି ଯୁବକ ଟି ମାନସିକ ଭାବରେ ବିକଛିପ୍ତ ଥିଲା ତଥା ବୁଲୂ ବୁଲୂ ଗାଁ କୁ ଆସି ଯାଇ ଥିଲା। ଲୋକ ମାନେ ତାର ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୋଲିସ କୁ ହସ୍ତାନ୍ତରଣ କରି ଥିଲେ।Conclusion:ବିଭିନ୍ନ ଗାଁ ରେ ଏହି ଭଳି ଘଟଣା ବାରମ୍ବାର ହେଉଥିବା ସତ୍ୱେ ପୋଲିସ ତଥା ପ୍ରଶାସନ ସଚେତନତା ପାଇଁ କିଛି କରୁ ନ ଥିବାରୁ ଏହି ଭଳି ଘଟଣା ରେ ଲଗାତାର ବୃଦ୍ଧି ଦେଖା ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.