ETV Bharat / city

ମୃଦୁ ପାନୀୟରେ ନିଶା ଦେଇ ଲୁଟ୍, ଅଚେତ୍ ଅବସ୍ଥାରେ ମହିଳା ଉଦ୍ଧାର - ନିଶା ଦେଇ ମହିଳାଙ୍କଠୁ ଲୁଟ୍

ରାଉରକେଲାରେ ମୃଦୁ ପାନୀୟରେ ନିଶା ଦେଇ ମହିଳାଙ୍କଠୁ ଲୁଟ୍ ଅଭିଯୋଗ । ଟ୍ରେନରେ ଝାରସୁଗୁଡ଼ାରୁ ବାମଡ଼ା ଯାଉଥିବାବେଳେ ମହିଳା ଜଣକ ଲୁଟ୍ ଶିକାର ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

ମୃଦୁ ପାନୀୟରେ ନିଶାଦେଇ ଲୁଟ୍, ଅଚେତ୍ ଅବସ୍ଥାରେ ମହିଳା ଉଦ୍ଧାର
author img

By

Published : Oct 27, 2019, 3:09 PM IST

ରାଉରକେଲା: ମାଜାରେ ନିଶା ଦ୍ରବ୍ୟ ମିଶାଇ ମହିଳାଙ୍କ ଠାରୁ ଲୁଟ। ଏଭଳି ଅଭାବନୀୟ ଘଟଣା ରାଉରକେଲା ଷ୍ଟେସନରେ ଦେଖିବାକୁ ମିଳିଛି। ଝାରସୁଗୁଡାରୁ ବାମଡା ଟ୍ରେନରେ ଯାଉଥିବା ବେଳେ କବିତା ଅଗ୍ରୱାଲ ନାମକ ମହିଳା ଏହି ଲୁଟର ଶିକାର ହୋଇଛନ୍ତି।

ମୃଦୁ ପାନୀୟରେ ନିଶାଦେଇ ଲୁଟ୍, ଅଚେତ୍ ଅବସ୍ଥାରେ ମହିଳା ଉଦ୍ଧାର

ଏହାପରେ ମହିଳା ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପରେ ଆରପିଏଫ ସହାୟତାରେ ଚିକିତ୍ସା ପାଇଁ ଆରଜିଏଚକୁ ପଠାଯାଇଥିଲା । ଘଟଣାର ଖବର ପାଇବା ପରେ ଚ୍ୟାମ୍ବର ଅଫ କମର୍ଷ ଏଣ୍ଡ ଇଣ୍ଡଷ୍ଟ୍ରି ସଭାପତି ପ୍ରବୀଣ ଗର୍ଗ ମହିଳାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ଏହାପରେ ରାଉରକେଲାରେ ଥିବା ମହିଳାଙ୍କ ସମ୍ପର୍କୀୟଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ଲାଇଫ ଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ପରେ ସ୍ପଷ୍ଟ ହୋଇଛି ଯେ, ନିଶାଦ୍ରବ୍ୟ ଦେଇ ଯାତ୍ରୀଙ୍କ ପାଖରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ପୁଣି ରାଉରକେଲାରେ ସକ୍ରିୟ ହୋଇଛନ୍ତି। ବର୍ତ୍ତମାନ ଏହି ଗ୍ୟାଙ୍ଗକୁ ଧରିବା ରେଳ ପୋଲିସ ତଥା RPF ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ମାଜା ରେ ନିଶା ପଦାର୍ଥ ମିଶାଇ ଏକ ମହିଳା ର ଜିନିଷ ଲୂଟ ର ଘଟଣା ସାମ୍ନା କୁ ଆସିଛି। ଝାରସୁଗୁଡା ରୁ ବମଡା। ପାଇଁ ଟ୍ରେନ ରେ ଯାଉ ଥିବା ଏକ କବିତା ଅଗ୍ରୱାଲ ନାମକ ମହିଳା ଅଚେତ ଅବସ୍ଥା ରେ ମିଳିବ ପରେ rpf ତାକୁ ଚିକିତ୍ସା ପାଇଁ rgh ପଠାଇଥିଲେ।

Body:ଘଟଣା ର ଖବର ପାଇବା ପରେ ଚ୍ୟାମ୍ବେର ଆଫ କମର୍ଷ ଏଣ୍ଡ ଇଣ୍ଡସ୍ତ୍ରୀଜ ସ ସଭାପତି ପ୍ରବୀଣ ଗର୍ଗ ମହିଳା ର ପରିବାର ବର୍ଗ ସହିତ ସମ୍ପର୍କ କରିବା ସହିତ ତାଙ୍କ ସମ୍ପର୍କୀୟ କୁ ଖବର ଦେବା ପରେ ରାଉରକେଲା ରେ ଥିବା ମହିଳା ର ସମ୍ପର୍କୀୟ ମାନେ ତାକୁ ଚିକିତ୍ସା ପାଇଁ ଲାଇଫ ଲାଇନ ହସ୍ପିଟାଲ କି ନେଇ ଥିଲେ।
Conclusion:ଏହି ଘଟଣା ପରେ ଏହା ସ୍ପଷ୍ଟ ହୋଇଛି କୋ ବିଷାକ୍ତ ପଦାର୍ଥ ଦେଇ ଯାତ୍ରୀ ମାନଙ୍କୁ ଲୁଟୁଥିବା ଗ୍ୟାଙ୍ଗ ପୁଣି ଏହି ଅଂଚଳ ରେ ସକ୍ରିୟ ହୋଇଛି। ଏହି ଗ୍ୟାଙ୍ଗ କୁ ଧରିବା ରେଳ ପୋଲିସ ତଥା RPF ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଯାଇଛି।ବିଶେଷ କରି ଯାତ୍ରୀ ମାନଙ୍କୁ ମଧ୍ୟ ସତର୍କ ରହିବା ଦରକାର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.