ସେନା ଯବାନଙ୍କଠୁ ଲୁଟ ଘଟଣା: ସିସିଟିଭି କ୍ୟାମେରାରୁ ମିଳିଲା ଠକର ପତ୍ତା - ରାଉରକେଲା ଯବାନଙ୍କଠୁ ଲୁଟ ଘଟଣା
କିଛିଦିନ ତଳେ ନଜରକୁ ଆସିଥିଲା ଜଣେ ସିଆରପିଏଫ ଯବାନଙ୍କଠୁ ଲୁଟ ଘଟଣା। ଏ ସମ୍ପର୍କରେ ରେଲୱେ ପୋଲିସ ପାଖରେ ଏତଲା ଦେବା ପରେ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଠକର ଫଟୋ।
ରାଉରକେଲା: କିଛି ଦିନ ତଳେ ନଜରକୁ ଆସିଥିଲା ଜଣେ ସିଆରପିଏଫ ଯବାନଙ୍କ ଠାରୁ ଲୁଟ ଘଟଣା । ଯେଉଁଥିରେ ଯବାନଙ୍କ ଏଟିଏମ କାର୍ଡ ବ୍ୟବହାରରେ ମୋଟ 1ଲକ୍ଷ 6 ହଜାର ଟଙ୍କା ଗାୟବ କରିଥିଲା ଠକ। ଘଟଣା ସମ୍ପର୍କରେ ରେଲୱେ ପୋଲିସ ପାଖରେ ଏତଲା ଦେବା ପରେ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଠକର ଫଟୋ । ଯାହାକୁ ନେଇ ଏବେ ଠକକୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ।

କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲା ସିଆରପିଏଫ ଯବାନଙ୍କ ଠାରୁ ଲୁଟ ଘଟଣା । ଯବାନ ଜଣଙ୍କ ଝାଡଖଣ୍ଡ ମନୋହରପୁରର 174 ବାଟାଲିୟନର କମ୍ପାନୀରେ କାର୍ଯ୍ୟରତ ସନାତନ ମିଶାଲ। ସେ ରାଜ୍ୟରାଣୀ ଏକ୍ସପ୍ରେସରେ ଆସି 4 ନଂ ପ୍ଲାଟଫର୍ମରେ ଥିବା ବେଳେ ଏହି ଲୁଟ ହୋଇଥିଲା । ଯେଉଁଥିରେ ନିଜକୁ ଜଣେ ଯବାନ କହି ନିଶାଯୁକ୍ତ ପାନୀୟ ପିଆଇଥିଲା ଦୁର୍ବୃତ୍ତ ଓ ପରେ ଅଚେତ ଯବାନଙ୍କ ଠାରୁ ଏଟିଏମ କାର୍ଡ ନେଇ ବିଭିନ୍ନ ସ୍ଥାନରୁ ଟଙ୍କା ଉଠାଇଥିଲା ଦୁର୍ବୃତ୍ତ । ଏନେଇ ମେସେଜ ଦେଖିବା ପରେ ଅଚେତ ଯବାନ ସନାତନଙ୍କୁ ତାଙ୍କ ପତ୍ନୀ ଖବର କରିଥିଲେ।

ପରେ ଏନେଇ ରେଲୱେ ପୋଲିସକୁ ଖବର କରିଥିଲେ ସନାତନ । ଯାହାର ତଦନ୍ତରେ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେଥିରୁ ଠକକୁ ଚିହ୍ନଟ କରିଥିଲେ ସନାତନ । ଏଥିସହ ଟ୍ରାକ ରେକର୍ଡରୁ ଜଣା ପଡିଥିଲା କି ଗୋଟିଏ ଦିନରେ ସେ ବିଭିନ୍ନ ସ୍ଥାନରୁ ମୋଟ 1ଲକ୍ଷ 6ହଜାର ଟଙ୍କା ହଡପ କରିଛି। ଠକ ମୁଖ୍ୟତଃ ଯବାନଙ୍କୁ ଟାର୍ଗେଟ କରୁଥିବା ମଧ୍ୟ ଜଣାପଡିଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ
Body:Crpf ଯବାନ ଶ୍ରୀ ମିଶାଲ ଝାରଖଣ୍ଡ ର ମନୋହାରପୁର ରେ 174 ବଟାଲିଅନ ର ଏ କମ୍ପାନୀ ରେ ପଦସ୍ଥାପିତ ଅଛନ୍ତି। ରାଜ୍ୟରଣୀ ଏକ୍ସପ୍ରେସ ରେ ଫେରି ସେ 4 ନମ୍ବର ପ୍ଲାଟ ଫାର୍ମ ରେ ଥିବା ସମୟ ରେ ଜଣେ ଯୁବକ ନିଜ କୁ ସେନା ର ଯବାନ ହେବାର ପରିଚୟ ଦେଇ ନିଜ ATM ବ୍ଲକ ଥିବା କହି ତାଙ୍କୁ ଡାକି ନେଇ ଥିଲା। ସେଠାରେ ସେ ନିଜ ର ATM କାର୍ଡ ଲଗାଇବା ପରେ ବ୍ଲକ ଦେଖାଇଲା। CRPF ଯବାନ ନିଜ ର ATM ପସାଇଲା ବଳେ ସେ ପଛରେ ଠିଆ ହୋଇ password ଦେଖି ଦେଲା। ପରେ cold drinks ରେ ଅଚେତ ହେବ ଔଷଧ ମିଶାଇ crpf ଯବାନ ର ATM ନେଇ ନିଜ ପାଖରେ ଥିବା ବ୍ଲକ atm କାର୍ଡ ତା ପାଖରେ ରଖି ଦେଇ ଥିଲା।
ତଦନ୍ତ ରୁ ସ୍ପଷ୍ଟ ହୋଇଛି କି ବିଶ୍ରା ଛକ ବ୍ରାଞ୍ଚ atm ରୁ 40 ହଜାର ଟଙ୍କା ଜଣେ ସରୋଜ ସାହୁଙ୍କ ଏକାଉଣ୍ଟ ରେ ପଠାଇ ଥିଲା। ପରେ ନିଜ କୁ ସେନା ର ଯବାନ ହେବ ପରିଚୟ ଦେଇ ଟଙ୍କା ତାଙ୍କଠାରୁ ନେଇ ଥିଲା। ଏକ taxi ନେଇ ସେ ବେଦବ୍ୟାସ ରେ 40 ହଜ଼ାର ଟଙ୍କା scrach କରି ପେଟ୍ରୋଲପମ୍ପ ରେ ଝଗଡା କରି ନେଇ ଥିଲେ।ତା ପରେ କୁଆରମୁଣ୍ଡା ତଥା ସୁନ୍ଦରଗଡ଼ ଯାଇ ଫେରିବା ବାଟରେ ଗାଡି ଖରାପ ହେବ ଯୋଗୁ ଅନ୍ୟ ଗାଡି ରେ ରାଞ୍ଚି ଯାଇଥିବା କୁହ ଯାଉଛି।
Crpf ଯବାନ ର ସ୍ତ୍ରୀ atm ରୁ ଏତେ ଅଧିକ ଟଙ୍କା ବଜରୁଥିବା ଦେଖି ଫୋନ କରିଥିଲା। ତା ପରେ crpf ଯବାନ ସନାତନ ମିଶାଲ ରେଳ ପୋଲିସ ରେ ଏତଲା ଦେଇ ଥିଲେ। ସିସିଟିଭି କ୍ୟାମ୍ରା ରେ ଏହି ଠକ କୁ ଚିହ୍ନଟ କରି ଥିଲେ crpf ଯବାନ।
।Conclusion:ଠକ ଟି crpf ଯବାନ କୁ ଯେଉଁ ବ୍ଲକ ଥିବା atm ଦେଇ ଥିଲା ତାହା ମଧ୍ୟ ଭୁବନେଶ୍ୱର ର ଏକ crpf ଯବାନ ର ପକେଟମାରି ହୋଇ ଥିଲା ତଥା ସେ atm ବ୍ଲକ କରି ଥିଲେ।ପୋଲିସ ଘଟଣା ର ତଦନ୍ତ କରିବା ସହିତ ସେନା ର ଯବାନ କହି ଅନ୍ୟ ଯବାନ ମାନଙ୍କୁ ଟାର୍ଗେଟ କରୁଥିବା ଏହି ଠକ କୁ ଖୋଜୁଛି