ETV Bharat / city

ରାଉରକେଲା ମହାନଗର ନିଗମକୁ ଫେରିଲା ଲକଡାଉନ

author img

By

Published : Jul 16, 2020, 10:24 PM IST

କୋରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି ରାଉରକେଲା ମହାନଗର ନିଗମ ସମେତ ରାଜ୍ୟର 4 ଜିଲ୍ଲାକୁ ଫେରିବ ଲକଡାଉନ କଟକଣା । ଏନେଇ ଗୁରୁବାର ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।

rourkela latest news, lockdown in rourkela. lockdown, lockdown in odisha, chief administrative Secretary, corona fight in odisha, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ରାଉରକେଲାରେ ଲକଡାଉନ, ଲକଡାଉନ, ରାଜ୍ୟରେ ଲକଡାଉନ, ମୁଖ୍ୟ ଶାସନ ସଚିବ, ରାଜ୍ୟରେ କୋରୋନା ମୁକାବିଲା
ରାଉରକେଲା ମହାନଗର ନିଗମ ସମେତ 4 ଜିଲ୍ଲାକୁ ଫେରିବ ଲକଡାଉନ

ରାଉରକେଲା: କୋରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି ରାଉରକେଲା ମହାନଗର ନିଗମ ସମେତ ରାଜ୍ୟର 4 ଜିଲ୍ଲାକୁ ଫେରିବ ଲକଡାଉନ କଟକଣା । ଏନେଇ ଗୁରୁବାର ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ । ଆସନ୍ତା ଜୁଲାଇ 17 ତାରିଖ ରାତି 9ଟାରୁ ଜୁଲାଇ 31 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନୂଆ ଲକଡାଉନ ଲାଗୁ ହେବା ନେଇ ସୂଚନା ରହିଛି ।

ରାଉରକେଲା ମହାନଗର ନିଗମ ଅଞ୍ଚଳ ସମେତ ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁରରେ ଏହି ନିୟମ ଲାଗୁ ହେବ । ଏଥର ଲକଡାଉନରେ ପୂର୍ବାପେକ୍ଷା କଟକଣା ସାମାନ୍ୟ କୋହଳ ହେବା ନେଇ ଜଣା ପଡିଛି । ଏହିକ୍ରମରେ ସକାଳ 6ଟାରୁ ଦିନ 1ଟା ପର୍ଯ୍ୟନ୍ତ ଗ୍ରୋସେରୀ, ପନିପରିବା ଓ ଦୁଗ୍ଧ ଯୋଗାଣ କେନ୍ଦ୍ର ଖୋଲା ରହିବା ନେଇ ସୂଚନା ରହିଛି । କିନ୍ତୁ ଔଷଧ ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ସେପଟେ ଆବଶ୍ୟକୀୟ କେତେକ ସରକାରୀ କାର୍ଯ୍ୟାଳୟ ବାଦେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବ ପାଇଁ ନିର୍ଦ୍ଦେଶ ରହିଛି ।

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ସମ୍ପୃକ୍ତ ଜିଲ୍ଲା ଓ ଅଞ୍ଚଳର ବାସିନ୍ଦାଙ୍କୁ ସହଯୋଗ କାମନା କରିଛନ୍ତି ସରକାର । ହେଲେ କଟକଣା ନିୟମ ନମାନିଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.