ETV Bharat / city

ଖେଳ ସାମଗ୍ରୀ କିଣାରେ ଦୁର୍ନୀତି, ବିଲ୍‌ ଅଟକାଇବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

author img

By

Published : Sep 27, 2019, 12:08 PM IST

ଖେଳ ସାମଗ୍ରୀ କିଣାରେ ଦୁର୍ନୀତିର ଗନ୍ଧ । ସୁନ୍ଦରଗଡ ଜିଲ୍ଲାର ପ୍ରାୟ ସମସ୍ତ ହାଇସ୍କୁଲରେ ଖେଳ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ । ଯାହାକୁ ଭିତ୍ତି କରି ଖେଳ ସାମଗ୍ରୀ କିଣାର ବିଲ ଅଟକାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ରାଉରକେଲା: ଖେଳ ସାମଗ୍ରୀ କିଣାରେ ଦୁର୍ନୀତିର ଗନ୍ଧ । ସୁନ୍ଦରଗଡ ଜିଲ୍ଲାର ପ୍ରାୟ ସମସ୍ତ ହାଇସ୍କୁଲରେ ଖେଳ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ । କେଉଁଠି ଅନୁନ୍ନତ ମାନର ଖେଳ ସାମଗ୍ରୀ କିଣା ହୋଇଛି ତ କେଉଁଠି ବିନା ଏସଏମସି ବୈଠକରେ କିଣା ହେବା ନିଷ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ଭିତ୍ତି କରି ଖେଳ ସାମଗ୍ରୀ କିଣାର ବିଲ ଅଟକାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

sundargarh
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଜିଲ୍ଲାର ପ୍ରାୟ ସବୁ ସ୍କୁଲରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ବିଇଓ ଓ ହାଇସ୍କୁଲର ପ୍ରଧାନଶିକ୍ଷକକୁ ଏନେଇ ପତ୍ର ଲେଖିଛନ୍ତି । ଏସଏମସି ବୈଠକ ଡାକି ଏହା ଉପରେ ନିଷ୍ପତି ନେବା ସହ ଖେଳ ସାମଗ୍ରୀ କିଣାର ବିଲ ଅଟକାଇ ଦେବା ପାଇଁ ପତ୍ରରେ କୁହାଯାଇଛି ।

ଏହା ସହ ଶୀଘ୍ର ସ୍କ୍ବାର୍ଡ ଗଠନ କରି ଏହାର ତଦନ୍ତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲା ରେ ସ୍କୁଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେଉ କି ସ୍କୁଲ ଡ୍ରେସ କିଣା କଥା ହେଉ କିମ୍ବା ଖେଳ ସାମଗ୍ରୀ କିଣା କଥା ହେଉ ସବୁ ରେ ଦୁର୍ନୀତିର ଗନ୍ଧ।ଦେଖିବା ବାକି ରହିଲା ପ୍ରଶାସନ ଆଗ କୁ କଣ କରୁଛି। Body:ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଇଓ ତଥା ହାଇ ସ୍କୁଲ ର ପ୍ରଧାନଶିକ୍ଷକ କୁ ପତ୍ର ସଂଖ୍ୟା 9752 / 25.9.2019 ଦ୍ୱାରା କିଣା ହୋଇ ଥିବା ଖେଳ ସାମଗ୍ରୀ କିଣା ରେ ହେରଫେର ର ଦୁର୍ଗନ୍ଧ ପାଇଛନ୍ତି। ଏସଏମସି ବୈଠକ ରେ ନିଷ୍ପତି ନ କରି ଏହି କିଣା ହୋଇଥିବା ଅଭିଯୋଗ ହୋଇଛି।ମାତ୍ର ଏତିକି ନୁହେଁ ଘଟିଆ ସାମଗ୍ରୀ କିଣା ଯାଇଥିବା ଏହି ଚିଠି ରେ ଦର୍ଶା ଯାଇଛି।
ଏହି ଭଳି ପରିସ୍ଥିତି ରେ ଏସଏମସି ବୈଠକ ଡାକି ଏହା ଉପରେ ନିଷ୍ପତି ସହିତ ଖେଳ ସାମଗ୍ରୀ କିଣା ର ବିଲ ଅଟକାଇ ଦେବା ପାଇଁ କୁହା ଯାଇଛି। ଶୀଘ୍ର ସ୍କ୍ୱାର୍ଡ ଗଠନ କରି ମଧ୍ୟ ଏହାର ତଦନ୍ତ କରାଯିବ ବୋଲି ଚିଠି ରେ ଦର୍ଶା ଯାଇଛି।

Conclusion:ସୂଚନା ମିଳିଛି କିଛି ଖେଳସମଗ୍ରୀ ବିକିବା ଦୋକାନୀ ମାନେ ପ୍ରଧାନଶିକ୍ଷକ ତଥା ଶିକ୍ଷା ବିଭାଗ ର ଅଫିସର ମାନଙ୍କୁ ଧରି ଏହି କାରବାର କରିଛନ୍ତୁ। ଆଗକୁ ଏହି ଦୁର୍ନୀତି ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.