ETV Bharat / city

ଏଣିକି ନିର୍ଦ୍ଧାରିତ ସମୟ ପରେ ସମ୍ପୂର୍ଣ୍ଣ ଲକଡାଉନ ରହିବ ରାଉରକେଲା - ଲକଡାଉନ ନ୍ୟୁଜ୍‌

ଏଣିକି ସକାଳ 6 ରୁ 11 ଏବଂ ସଂଧ୍ୟା 5 ରୁ 8ଟା ବ୍ୟତୀତ ଅନ୍ୟ ସମୟରେ ସଂପୂର୍ଣ୍ଣ ଲକଡାଉନ ରହିବ ରାଉରକେଲା ସହର । କେବଳ ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ହୋଇଛି ନିଷ୍ପତ୍ତି ।

rourkela latest news, lockdown in rourkela, lockdown news, new announcement for lockdown in rourkela, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ରାଉରକେଲାରେ ଲକଡାଉନ, ଲକଡାଉନ ନ୍ୟୁଜ୍‌, ରାଉରକେଲାରେ ଲକଡାଉନ ନେଇ ନୂଆ ଘୋଷଣା
ଏଣିକି ନିର୍ଦ୍ଧାରିତ ସମୟ ବାଦେ ସମ୍ପୂର୍ଣ୍ଣ ଲକଡାଉନ ରହିବ ରାଉରକେଲା
author img

By

Published : Apr 3, 2020, 10:08 PM IST

ରାଉରକେଲା: କୋରୋନା ଲକଡାଉନ ନିୟମକୁ ନଜରରେ ରଖି ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସକାଳ 6 ରୁ 11 ଏବଂ ସଂଧ୍ୟା 5 ରୁ 8ଟା ବ୍ୟତୀତ ଅନ୍ୟ ସମୟରେ ସଂପୂର୍ଣ୍ଣ ଲକଡାଉନ ରହିବ ସହର । କେବଳ ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏହି ନୂଆ ଘୋଷଣା ଅନୁଯାୟୀ ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ । ତେଣୁ କେବଳ ସକାଳ 6 ଟାରୁ 11ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା 5 ଟାରୁ 8ଟା ପର୍ଯ୍ୟନ୍ତ ରାସନ ସାମଗ୍ରୀ, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ ।

ଏହି ସମୟକୁ ଛାଡ଼ି ଅନ୍ୟ ସମସ୍ତ ସମୟରେ ରାଉରକେଲାରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ବି କାର୍ଯ୍ୟରେ କେହି ବି ଘର ବାହାରକୁ ବାହାରିପାରିବେ ନାହିଁ । କୌଣସି ଯାନବାହନ ବି ଚଳାଚଳ କରିପାରିବ ନାହିଁ । ଯିଏ ଏହି ସମୟରେ ବାହାରକୁ ବାହାରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଉରକେଲା ଏସପି, ରାଉରକେଲା ମହାନଗର ନିଗମ କମିଶନର ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.