ETV Bharat / city

ସ୍ବାବ ସଂଗ୍ରହକାରୀ ଆଶାକର୍ମୀ ଏବଂ ଅଙ୍ଗନବାଡ଼ିକର୍ମୀଙ୍କ ସୁରକ୍ଷା ଦାବି

author img

By

Published : May 5, 2020, 8:39 PM IST

Updated : May 6, 2020, 10:01 AM IST

ଘରଘର ବୁଲି ସ୍ବାବ ସଂଗ୍ରହ କରୁଥିବା ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ସହ କଣ୍ଟେନମେଣ୍ଟ ଜୋନ ଅଞ୍ଚଳବାସୀଙ୍କ ଗଣ୍ଡଗୋଳ । ଏନେଇ ମହାନଗର ନିଗମ କମିଶନରଙ୍କୁ ସେମାନଙ୍କ ସୁରକ୍ଷା ଦାବି । ଅଧିକ ପଢନ୍ତୁ...

health workers demands protection
ସ୍ବାବ ସଂଗ୍ରହକାରୀ ଆଶାକର୍ମୀ ଏବଂ ଅଙ୍ଗନବାଡ଼ିକର୍ମୀଙ୍କ ସୁରକ୍ଷା ଦାବି

ରାଉରକେଲା: କୋରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର । କିନ୍ତୁ କିଛିଲୋକ ସରକାରଙ୍କ ନିୟମାବଳୀକୁ ମାନି ସହଯୋଗ କରୁଥିବା ବେଳେ କିଛି ନିୟମକୁ ଫୁ କରି ଉଡ଼େଇ ଦେଇଛନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ ।

ଘରକୁ ଘର ବୁଲି ସ୍ବାବ ସଂଗ୍ରହ କରୁଥିବା ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ସହ କଣ୍ଟେନମେଣ୍ଟ ଜୋନ ଅଞ୍ଚଳବାସୀଙ୍କ ଗଣ୍ଡଗୋଳ । ତେବେ ଏନେଇ ନିଜ ସୁରକ୍ଷା ଦାବି କରି ମହାନଗର ନିଗମ କମିଶନରଙ୍କୁ ଭେଟିଛନ୍ତି ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ।

ଏ ବାବଦରେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳାନ ଏବଂ ମହାନଗର ନିଗମ କମିଶନରଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ପ୍ରତିନିଧିଙ୍କ ବୈଠକ ହୋଇଥିଲା । ସୁରକ୍ଷା ପ୍ରତିଶୃତି ପାଇବା ପରେ ସ୍ୱାସ୍ଥ୍ୟକର୍ମୀ ମାନେ ସାମ୍ପଲ ସଂଗ୍ରହ କାମ ଆରମ୍ଭ କରିଥିବା ଜଣାପଡ଼ିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 6, 2020, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.