ETV Bharat / city

ଏଣିକି ଟ୍ରେନରେ ବୁଲିବେନି ହକର

ଏଣିକି ଟ୍ରେନରେ ବୁଲିବେନି ହକର । ଯେଉଁଠି ହକର ଦେଖାଯିବ ସେମାନଙ୍କ ଉପରେ ନିଆଯିବ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ । RPFର ମହାନିର୍ଦେଶକ କଡା ନିର୍ଦ୍ଦେଶ ଜାରି କରିଛନ୍ତି ।

author img

By

Published : Jun 7, 2019, 10:43 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା: ଟ୍ରେନରେ ବୁଲିବେ ନାହିଁ ହକର । ଟ୍ରେନରେ ହକର ଦେଖିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି RPFର ମହାନିର୍ଦେଶକ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ବିଶେଷ କରି ରାଉରକେଲାରେ ଡିଜିଙ୍କ ନିର୍ଦ୍ଦେଶ କେତେ ଦୂର କାର୍ଯ୍ୟକାରୀ ହେବ ତା ଉପରେ ସମସ୍ତଙ୍କ ନଜର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଗୁଜରାଟ ସୁରଟରୁ ବଲସଡ ଭିତରେ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ନେତାଙ୍କ କଥା କହି ଚର୍ଚ୍ଚାର ପରିସରକୁ ଆସିଥିଲେ ବିହାରର ଅବଧେଶ ଦୁବେ । ଟ୍ରେନରେ ଖେଳଣା ବିକ୍ରି କରୁଥିବା ବେଳେ ରାଜନେତାଙ୍କୁ ନେଇ ମିମିକ୍ରି କରିଥିଲେ । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଆରପିଏଫ ଅବଧେଶକୁ ଗିରଫ କରି ଜେଲ ପଠାଇଥିଲା । ଏହାପରଠୁ ଘଟଣାକୁ ଗୁରୁତର ଭାବରେ ନେଇ ଥିଲା ରେଳ ମନ୍ତ୍ରାଳୟ ତଥା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ।

ରେଳ ସୁରକ୍ଷାବଳର ମହାନିର୍ଦ୍ଦେଶକ ମଧ୍ୟ ତାଙ୍କ ଅଧିନସ୍ଥ ଅଧିକାରୀ ମାନଙ୍କୁ ଅବୈଧ ହକର ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ରେଳ ବୋର୍ଡରେ ଥିବା ଆଇଜି ସଞ୍ଜୟ କିଶୋର 4 ତାରିଖ ଦିନ ଏକ ନିର୍ଦ୍ଦେଶନାମା ଜାରି କରି 11 ଟି ବିଦୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।

ଗ୍ରହଣ କରାଯାଇ ଥିବା କାର୍ଯନୁଷ୍ଠାନ ସମ୍ପର୍କରେ 15 ଦିନ ମଧ୍ୟ ରେ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଏହି ଚିଠି ସେ ସ୍ପଷ୍ଟ କର ଯାଇଛି କି ଅବୈଧ ହକର ଆଗକୁ ଯାଇ ରେଳରେ ବଡ଼ ଅପରାଧ କରନ୍ତି ।

ଦେ ରେ ଏହି ନିର୍ଦେଶ ଲାଗୁ ହେଲେ ଯାତ୍ରୀ ହଇରାଣ ହେବେ ନାହିଁ। ରାଉରକେଲା ରେ 200 ରୁ ଅଧିକ ହକର ଟ୍ରେନରେ ଚାଲନ୍ତି । ଏମାନଙ୍କୁ ରୋକିବାରେ RPF କେତେ ସଫଳ ହେଉଛି ତା ଉପରେ ମଧ୍ୟ ସମସ୍ତଙ୍କ ନଜର । କାରଣ ଏଠାରୁ ବହୁତ ସଂଖ୍ୟା ରେ ହକର ଟ୍ରେନରେ ଯିବା ଆସିବା କରନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.