ରାଉରକେଲା: ଅବକାରୀ ବିଭାଗ ଦ୍ବାରା ଟାଙ୍ଗରପାଲି ଥାନା ଅନ୍ତର୍ଗତ ବାଲିଜୋଡି ଅଞ୍ଚଳରୁ 50 ହଜାର ଟଙ୍କାର ଗଞ୍ଜେଇ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଦୟାନିଧି ମଲ୍ଲ । ସେ ଏହି ଗଞ୍ଜେଇ ନେଇ ସରନଗରୀର ଏକ ଦୋକାନରେ ଦେବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରପଡିଥିଲେ। ତେବେ ଏନେଇ ଅବକାରୀ ଅଧିକ ତଦନ୍ତ ଜାରି ରହିଛି।
ଏହି ବେଆଇନ ଗଞ୍ଜେଇ ଚାଲାଣ କାରବାରର ମୂଳ ପର୍ଯ୍ୟନ୍ତ ଯାଇ ମାଫିଆଙ୍କୁ ଗିରଫ କରିବାକୁ ଅବକାରୀ ବିଭାଗ ପକ୍ଷରୁ ଖାନତଲାସି ଆରମ୍ଭ କରିଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ