ETV Bharat / city

କୋଟାରୁ ଆସି ରାଉରକେଲା ପହଞ୍ଚିଲା 4ଟି ବସ

ରାଜସ୍ଥାନର କୋଟାରୁ 4 ଟି ବସ ଆଜି ରାଉରକେଲା ପହଞ୍ଚିଥିଲାବେଳେ ଗତକାଲି ରାତିରେ 24 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଆଉ ଏକ ବସ ରାଉରକେଲା ଅଭିମୁଖେ ବାହାରିଛି ।

author img

By

Published : May 2, 2020, 6:11 PM IST

four-bus-return-to-rourkela-from-kota-of-rajasthan
କୋଟାରୁ ରାଉରକେଲା ପହଞ୍ଚିଥିଲା 4 ଟି ବସ

ରାଉରକେଲା: ରାଜସ୍ଥାନର କୋଟାରୁ 4 ଟି ବସ ଆଜି ରାଉରକେଲା ପହଞ୍ଚିଥିଲାବେଳେ ଗତକାଲି ରାତିରେ 24 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଆଉ ଏକ ବସ ରାଉରକେଲା ଅଭିମୁଖେ ବାହାରିଛି ।

କୋଟାରୁ ରାଉରକେଲା ପହଞ୍ଚିଥିଲା 4 ଟି ବସ

ରାଜସ୍ଥାନର କୋଟାରେ ପାଠ ପଢିବାକୁ ଯାଇଥିବା ରାଉରକେଲାର 116 ଜଣ ଛାତ୍ର ଛାତ୍ରୀ କିଛି ଅଭିଭାବକ ମାନଙ୍କ ସହିତ ଆଜି ରାଉରକେଲା ପହଞ୍ଚିଛି। ଗୁରୁବାର ଦିନ ବସ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରି ଆଜି ସକାଳୁ ରାଉରକେଲା ପହଞ୍ଚିବା ପରେ ଏମାନଙ୍କ ସିଧା ସଳଖ ଏୟାରପୋର୍ଟ ଭିତରକୁ ନେଇ ସ୍କ୍ରିନିଂ କରା ଯିବା ସହିତ ଏୟାରପୋର୍ଟକୁ ସାନିଟାଇଜ କରାଯାଇଛି। ଏହା ପରେ ଏମାନଙ୍କ ହୋମ କ୍ବାରେଣ୍ଟାଇନରେ ପଠାଇ ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ 24 ଜଣଙ୍କୁ ନେଇ ଏକ ବସ ରାଉରକେଲା ପାଇଁ ଯାତ୍ରା ଆରମ୍ଭ କରିଛି।

ଏହି ଭଳି କଲି ବିଳମ୍ବିତ ରାତିରେ ଗୋଟିଏ ବସ କୋଟାରୁ ବାହାରିଛି ତଥା ସେହି ବସରେ 24 ଜଣ ଅଛନ୍ତି। ଛାତ୍ର ତଥା ଅଭିଭାବକ ମାନେ ଭଡାରେ ବସ ଠିକ କରିବା ପରେ ଜିଲ୍ଲାପାଳକୁ ଜଣାଇ ଥିଲେ। କୋଟାରେ ବସକୁ ସାନିଟାଇଜ କରିବା ପରେ ଛାତ୍ର ଛାତ୍ରୀଙ୍କ ସ୍କ୍ରିନିଂ କରାଯିବା ପରେ ବସ ସେଠାରୁ ଛାଡିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.