ETV Bharat / city

ଠକାମିର ଶିକାର 40 ଶ୍ରମିକ - କୋରୋନା

ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଠକାମୀର ଶିକାର ହେଲେ 40 ଶ୍ରମିକ । ହାତିବାଡ଼ିରୁ ଝାଡ଼ଖଣ୍ଡ ପହଞ୍ଚାଇବା ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଶ୍ରମିକଙ୍କଠାରୁ 2 ହଜାର ଟଙ୍କା ନେଇ ଫେରାର ହେଲେ ଟ୍ରକ ଚାଳକ ।

Forty workers fall victim to fraud by truck driver
ଠକାମିର ଶିକାର ହେଲେ 40 ଶ୍ରମିକ
author img

By

Published : Apr 1, 2020, 2:13 PM IST

ରାଉରକେଲା: କୋରୋନା ମହାମାରୀକୁ ନେଇ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଯାତାୟତ ସବୁଆଡ଼େ ଠପ ହୋଇଯାଇଛି । ଫଳରେ ବିଦେଶରେ ଫସି ରହିଛନ୍ତି କିଛି ଲୋକେ । ଏଭଳି ସ୍ଥିତିରେ ଠକାମିର ଶିକାର ହୋଇଛନ୍ତି 40 ଶ୍ରମିକ ।

ଠକାମିର ଶିକାର ହେଲେ 40 ଶ୍ରମିକ

ସୂଚନାମୁତାବକ, ସୁନ୍ଦରଗଡ଼ ଜିଲ୍ଲା ହାତିବାଡ଼ିରୁ ଝାଡ଼ଖଣ୍ଡ ପହଞ୍ଚାଇବା ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଶ୍ରମିକଙ୍କଠାରୁ 2 ହଜାର ଟଙ୍କା ନେଇଥିଲେ ଜଣେ ଟ୍ରକ ଚାଳକ । ଫଳରେ ଆଗରେ ପୋଲିସ ଯାଞ୍ଚ ଚାଲିଥିବା କହି ପୁରୁଣାପଣିରେ ସମସ୍ତ ଶ୍ରମିକଙ୍କୁ ଓହ୍ନାଇ ଫେରାର ହୋଇଯାଇଥିଲେ ଟ୍ରକ ଚାଳକ । କିନ୍ତୁ ଏହି ଗାଡ଼ି ଚାଳକକୁ ଧରିବାରେ ସଫଳ ହୋଇଛି ବିରମିତ୍ରପୁର ପୋଲିସ । ଏହା ସହ ଝାରଖଣ୍ଡର ଶ୍ରମିକମାନଙ୍କୁ ପୋଲିସ ଉଦ୍ଧାର କରି ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି ।

ସବୁଠାରୁ ବିଡମ୍ବନାର ବିଷୟ ଯେ, କିଛି ବ୍ୟକ୍ତି ଏହି ଲକଡାଉନ ସମୟରେ ଲୋକଙ୍କୁ ସହଯୋଗର ହାତ ବଢାଇଥିବା ବେଳେ କିଛି ଠକ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.