ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଆଇଜିଏଚ ଓଜି ୱାର୍ଡର ଏସିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନାମୁତାବକ, ଆଇଜିଏଚର ଓଜି ୱାର୍ଡରେ ନିଆଁ ବାହାରୁ ଥିବା ଦେଖି ଲୋକ ମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏଥିସହ ସେଠାରେ ଥିବା ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଆରଏସପିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ