ରାଉରକେଲା: ବର୍ଷା ପାଇଁ ବିକଳ ଚାଷୀ । ଧାନ ଚାଷ ପାଇଁ ଯେତିକି ବର୍ଷା ଦରକାର, ସେହିଭଳି ବର୍ଷା ହେଉନଥିବାରୁ ଗ୍ରାମବାସୀ ନିରାଶ । ତାଙ୍କର ବିଶ୍ୱାସ ରହିଛି ଇନ୍ଦ୍ର ଦେବତା ଖୁସି ହେଲେ ନିଶ୍ଚୟ ବର୍ଷା ହେବ । ମରୁଡି ଭୟରେ ବିଶ୍ରାର କପ୍ରଣ୍ଡା ଅଞ୍ଚଳର ଗ୍ରାମବାସୀ ଏକତ୍ରିତ ହୋଇ ଇନ୍ଦ୍ର ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ।
ନିର୍ଦ୍ଧାରିତ ସମୟରେ ବର୍ଷା ହେଉ ନଥିବାରୁ ଚାଷୀଙ୍କ ଏକ ମାତ୍ର ଭରସା ପାଲଟିଛନ୍ତି ଭଗବାନ ଇନ୍ଦ୍ର । ଗ୍ରାମବାସୀଙ୍କ କହିବା ଅନୁସାରେ ସେ ଚାହିଁଲେ ହିଁ ବର୍ଷା ହେବ । ଯେଉଁ କାରଣରୁ ଗାଁ ଲୋକ ଏକ ହୋଇ ଆଜି(ସୋମବାର) ପୂଜାର୍ଚ୍ଚନା କରିଥିଲେ । ଗାଁର ସମସ୍ତ ଲୋକ ବିଶେଷ କରି ମହିଳା ଏକତ୍ରିତ ହୋଇ ଏହି ପୂଜାର୍ଚ୍ଚନା କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ