ETV Bharat / city

ରାଉରକେଲାରୁ ନକଲି ଆଇପିଏସ ଅଫିସର ଶର୍ମିଷ୍ଠା ଗିରଫ - ଆଇପିଏସ ଅଫିସର ଶର୍ମିଷ୍ଠା ଗିରଫ

ଗତ କିଛି ତଳେ ଏହି ମହିଳା ଜଣକ ଭୁବନେଶ୍ବରରେ ନକଲି ପରିଚୟ ଦେଇ କମିଶନରେଟ ପୋଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରିଥିଲେ । ସେତେବେଳେ କମିଶନରେଟ ପୋଲିସ ନୋଟିସ ଦେଇ ଛାଡିଥିଲେ । ଅଧିକ ପଢନ୍ତୁ...

ରାଉରକେଲାରୁ ନକଲି ଆଇପିଏସ ଅଫିସର ଶର୍ମିଷ୍ଠା ଗିରଫ

author img

By

Published : Aug 19, 2020, 1:30 PM IST

ରାଉରକେଲା: ନକଲି ଆଇପିଏସ ଅଫିସର ଗିରଫ । ଆଇପିଏସ ଅଫିସର ପରିଚୟ ଦେଇ ବୁଲେଟ ନେଇଥିବା ଆଇପିଏସ ଅଫିସର ଗିରଫ ହୋଇଛନ୍ତି । ଗିରଫ ମହିଳା ଜଣକ ଶର୍ମିଷ୍ଠା ବେହେରା । ସେ ସହରର ବାସନ୍ତୀ କଲୋନୀ ବାଇକ ସୋ’ରୁ ମାସିକିଆ କିସ୍ତିରେ ଗୋଟିଏ ବାଇକ ବୁଲେଟ ନେଇଥିବା ଉଦିତନଗର ଥାନାରେ ଗତକାଲି ସନ୍ଧ୍ୟାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଗରିଫ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ ମହିଳାଙ୍କ ନିକଟରୁ ନକଲି ଡ୍ରେସ, ଆଇପିଏସ ପରିଚୟ ପତ୍ର, ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଜବତ ହୋଇଛି ।

ରାଉରକେଲାରୁ ନକଲି ଆଇପିଏସ ଅଫିସର ଶର୍ମିଷ୍ଠା ଗିରଫ

ଗିରଫ ମହିଳା ଗତ 11 ତାରିଖରେ ବାଇକ ସୋରୁମକୁ ଯାଇ ନକଲି ପରିଚୟ ପତ୍ର ଦାଖଲ କରି ଫାଇନାନ୍ସରେ ଗୋଟିଏ ବୁଲେଟ ନେଇଥିବା ବାଇକ ସୋରୁମ ମାଲିକ ଓ ଫାଇନାନସ ସଂସ୍ଥ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଗିରଫ ମହିଳାଙ୍କ ଠାରୁ ନକଲି ଡ୍ରେସ, ଆଇପିଏସ ପରିଚୟ ପଚ୍ର ଓ ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଜବତ ହୋଇଛି ।

ପୂର୍ବରୁ ଏହି ମହିଳା ଜଣକ ଭୁବନେଶ୍ୱରରେ ମଧ୍ୟ ନିଜକୁ ଆଇପିଏସ ଅଫିସର ର ପରିଚୟ ଦେଇ କମିଶନରେଟ ପୋଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ । ତାଙ୍କ ପାଖରୁ ସେତେବେଳେ ନକଲି ଡ୍ରେସ ଏବଂ ପରିଚୟ ପତ୍ର ଜବତ ହୋଇଥିଲା । କମିଶନରେଟ ପୋଲିସ ନୋଟିସ ଦେଇ ତାଙ୍କୁ ଛାଡିଥିଲା । ଏବେ ସମାନ ଠକାମୀ କରି ରାଉରକେଲା ଉଦିତନଗର ପୋଲିସ ହାତରେ ଧରାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.