ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଠକିବାକୁ ଉଦ୍ୟମ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନାଁରେ ଫେକ ଆକାଉଣ୍ଟ କରି ଲୋକଙ୍କ ଠାରୁ ମୋବାଇଲ ନମ୍ବର ସହ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଜିଲ୍ଲାପାଳ ଖୋଦ୍ ସ୍ପଷ୍ଟୀକରଣ ଦେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଅନୁସାରେ, ଏ ବିଷୟରେ ପ୍ରଥମେ ଜିଲ୍ଲାପାଳ ଅବଗତ ନଥିଲେ । ଏ ଘଟଣା ବିଷୟରେ ଜିଲ୍ଲାପାଳ ତାଙ୍କର ଏକ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହା ପରେ ସେ, ନିଜ ଫେସବୁକ ଆକାଉଣ୍ଟରେ ଲୋକଙ୍କୁ ଅବଗତ କରାଇବା ସହ ଏଭଳି ଠକାମିର ଶିକାର ନ ହେବାକୁ ସଚେତନ କରିଥିଲେ ।
ସେପଟେ, ଘଟଣାକୁ ନେଇ ଏଯାଁଏ ଜିଲ୍ଲାପାଳ ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ