ETV Bharat / city

ରାଉରକେଲାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅନିଲ ଗୁରୁତର

ରାଉରକେଲାରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନିଲ ତିର୍କୀ ଗୁରୁତର । ତାକୁ ପ୍ରଥମେ ଆରଜିଏଚ ପରେ ଆଇଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

author img

By

Published : Mar 24, 2019, 8:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ଫରେଷ୍ଟ ରୋଡ଼ରେ ପୋଲିସ ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନିଲ ତିର୍କୀ ଗୁରୁତର ଆହତ ହୋଇଛି । ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆରଜିଏଚ ପରେ ଆଇଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଅନିଲକୁ ପୋଲିସ ଧରିବାକୁ ଉଦ୍ୟମ କରୁଥିବାବେଳେ ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ପାଲଟା ଜବାବରେ ପୋଲିସ ମଧ୍ୟ ଅନିଲ ଉପରକୁ ଗୁଳିମାଡ କରିଥିଲା । ଗୁଳି ଅନିଲର ଡାହାଣ ଗୋଡରେ ବାଜିଛି । ତାକୁ ଚିକିତ୍ସା ପାଇଁ ଆଇଜିଏଚ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ତା ନିକଟରୁ ଏକ ବାଇକ ସହ 3ଟି ଜୀବନ୍ତ ଗୁଳି ଜବତ କରିଛି । ତା ନାମରେ 15ରୁ ଊର୍ଦ୍ଧ୍ୱଅପରାଧିକ ମାମଲା ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.