ETV Bharat / city

ହାତୀ ଛୁଆକୁ ଫାଶ ପକାଇ ହତ୍ୟା ଘଟଣାରେ ଶିକାରୀ ଗିରଫ - ରାଉରକେଲା ହାତୀ ଛୁଆକୁ ଫାସ ପକାଇ ହତ୍ୟା

ରାଉରକେଲାରେ ହାତୀ ଛୁଆକୁ ଫାଶ ପକାଇ ହତ୍ୟା ଘଟଣାର ଶିକାରୀ ଗିରଫ । ସେ ହାତୀକୁ ଫାଶ ପକାଇ ହତ୍ୟା କରିଥିବା ସ୍ବୀକାର କରିଛି । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

elephent-calf-murder-accused-arrest-by-rourkela-forest-department
ହାତୀ ଛୁଆକୁ ହତ୍ୟା ଘଟଣାର ଶିକାରୀ ଗିରଫ
author img

By

Published : Jun 25, 2020, 3:19 PM IST

ରାଉରକେଲା: ହାତୀ ଛୁଆକୁ ଫାଶ ପକାଇ ହତ୍ୟା ଘଟଣାରେ ଶିକାରୀ ଗିରଫ । ଅଭିଯୁକ୍ତ ଶିକାରୀ ନିକଟରୁ ରାଉରକେଲା ବନବିଭାଗ ଧନୁ ତୀର, ହରିଣ ସିଙ୍ଗ, ବାରହା ଦାନ୍ତ ଓ ଫାଶ ଆଦି ଜବତ କରାଯାଇଛି ।

ହାତୀ ଛୁଆକୁ ହତ୍ୟା ଘଟଣାର ଶିକାରୀ ଗିରଫ

ସୂଚନାଥାଉକି ରାଉରକେଲା ବନଖଣ୍ଡ ଅନ୍ତର୍ଗତ ସାନ ଦୋଲାକୁଦର ଜଙ୍ଗଲରେ ଏକ ଛୁଆ ହାତୀକୁ ଫାଶ ପକାଇ ହତ୍ୟା କରାଯାଇଥିଲା । ଏନେଇ ବନ ବିଭାଗ ରୁପୁ ବାର୍ଲା ନାମକ ଜଣେ ଶିକାରୀକୁ ଗିରଫ କରିଛି । ସେ ହାତୀକୁ ଫାଶ ପକାଇ ହତ୍ୟା କରିଥିବା ସ୍ବୀକାର କରିଛି । ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଏ ନେଇ ରାଉରକେଲା ଡିଏଫଓ ସଞ୍ଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ଏହି ଘଟଣାର ତଦନ୍ତ ଜାରି ରହିବ ଓ ଅନ୍ୟ କେଉଁ ମାନେ ସହଯୋଗୀ ରହିଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.