ETV Bharat / city

ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର - Rourkela

ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କଲେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାମିଲ ହୋଇଥିଲେ ଅନେକ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ...

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
author img

By

Published : Apr 2, 2021, 11:53 AM IST

ରାଉରକେଲା: ଦିନିକିଆ ରାଉରକେଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଶକ୍ତି, ଶିଳ୍ପ, କ୍ଷୁଦ୍ର, ଅଣୁକ୍ଷୁଦ୍ର ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହାଛଡା ଉତ୍କଳ ଦିବସ ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାସହ ବିଭିନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ରାଉରକେଲାର ଅନେକ ସଂଗଠନ,ଜନ ପ୍ରତିନିଧି, ନାଗରକି ସମାଜ ପ୍ରମୁଖ ସାମିଲ ହୋଇଥିଲେ ।

ଦିନିକିଆ ରାଉରକେଲା ଗସ୍ତରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ସେହିପରି ରାଉରକେଲା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ କ୍ୟାପଟେନ ମିଶ୍ର । ଏହାବାଦ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀଙ୍କ 34 ତମ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟପଟେ ଏକ ସରକାରୀ ପ୍ରକଳ୍ପ ଅନୁଧ୍ୟାନ ପାଇଁ ମନ୍ତ୍ରୀ ମିଶ୍ର କାଲୁଗାଁ ଇଣ୍ଡଷ୍ଟ୍ରିଆଲ ଏରିଆକୁ ଯାଇଥିଲେ । ସେହିପରି ଶକ୍ତି ବିଭାଗ ଦ୍ବାରା ଚାଲୁଥିବା ବିଭିନ୍ନ ନୂତନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ସହ ପରିଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଶେଷ କରି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସଂଧ୍ୟା 4 ଟାରେ ରାଉରକେଲାରୁ ଉଡାଣ ଭରି ଭୁବନେଶ୍ବର ଫେରିଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.